ବିବାଦ ଭିତରେ କନକ ନ୍ୟୁଜକୁ ହୃଦୟର କଥା କହିଲେ ହ୍ୟୁମାନ: ମୋ ଶ୍ରେୟା ସେମିତି ନୁହେଁ, ତାଙ୍କୁ ମତାଯାଇଛି

5,622

କନକ ବ୍ୟୁରୋ: ଘରୋଇ ହିଂସା ମାମଲାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଜି କାଉନସେଲିଂ ପାଇଁ ପୁଲିସ ଉଭୟଙ୍କୁ ଡାକିଥିଲେ ବି ଶ୍ରେୟା ଆସିନାହାନ୍ତି । ଏଥିପାଇଁ ସେ ୩୦ ଯାଏଁ ସମୟ ନେଇଛନ୍ତି । ଏବେ ୩୦ ତାରିଖରେ ଉଭୟଙ୍କ କାଉନସେଲିଂ ହେବ । ତେବେ ଏହା ପୂର୍ବରୁ ଆଜି କନକ ନ୍ୟୁଜରେ ପୁଣି ପ୍ରତିକ୍ରିୟା ରଖିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । କହିଛନ୍ତି, ଶ୍ରେୟା ଏମିତି ନୁହନ୍ତି । ତାଙ୍କୁ ମୋ ବିରୋଧରେ କେହି ମତାଉଛନ୍ତି । ଘରୋଇ ହିଂସା ନେଇ ଶ୍ରେୟାଙ୍କ ମାମଲା ପରେ ଉଭୟଙ୍କ ମଧ୍ୟରେ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ରବିବାର ଶ୍ରେୟା ସାମ୍ବାଦିକ ସମ୍ମିଳନୀ କରି ହ୍ୟୁମାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ତାଙ୍କୁ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କରାଯାଉଥିଲା । ତେବେ ବିବାଦର ସମାଧାନ ପାଇଁ ରାଜି ଥିବା ଶ୍ରେୟା କହିଛନ୍ତି ।