ଭୂତାଣୁର ଭୟ ଭିତରେ ଆଶ୍ୱସ୍ତ ଆଣିବ କି କୋ-ଭ୍ୟାକ୍ସିନ: ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ପ୍ରତିଶେଧକ ଟୀକା ପରୀକ୍ଷଣକୁ ମିଳିଲା ଅନୁମତି

ଜୁଲାଇରେ ମାସ ମଣିଷ ଦେହରେ ପରୀକ୍ଷଣ ପାଇଁ ଅନୁମତି ହେଲା ଡିସିଜିଆଇ

1,244

କନକ ବ୍ୟୁରୋ: କରୋନା କାୟା ମେଲାଉଥିବା ବେଳେ ଭାରତ ତିଆରି କରିଛି ପ୍ରଥମ କରୋନା ଭ୍ୟାକ୍ସିନ । ପୂର୍ବରୁ ଅନ୍ୟ ପ୍ରଭାବିତ ଦେଶରେ କରୋନା ଭ୍ୟାକ୍ସିନକୁ ନେଇ ବହୁ ପରୀକ୍ଷା ନୀରିକ୍ଷା ଚାଲିଥିବା ବେଳେ ଭାରତ ଆଣିଛି କରୋନା ଭାଇରସର ପ୍ରତିଶେଧକ ଟାକା । ଯାହାର ନାମ କୋ-ଭ୍ୟାକ୍ସିନ ରଖାଯାଇଛି । ଭାରତରେ କରୋନା ପାଇଁ ପ୍ରଥମେ ବିକଶିତ ହୋଇଥିବା ଏହି ସମ୍ଭାବ୍ୟ କୋ-ଭ୍ୟାକ୍ସିନ ଟୀକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବା ଡିସିଜିଆଇ । ଜୁଲାଇ ମାସରେ ଏହାକୁ ମଣିଷ ଦେହରେ ପରୀକ୍ଷଣ କରାଯିବ ।

କୋ-ଭ୍ୟାକ୍ସିନକୁ ଭାରତର ଅଗ୍ରଣୀ ଭ୍ୟାକ୍ସିନ ନିର୍ମାତା ‘ଭାରତ ବାୟୋଟେକ’ ତିଆରି କରିଥିବା ଘୋଷଣା କରିଛି । ଆଇସିଏମଆର ଓ ଏନ୍ଆଇବି ସହ ମିଳିତ ଭାବେ ଭାରତ ବାୟୋଟେକ କୋ-ଭ୍ୟାକ୍ସିନ ନାମକ ଏକ ନିଷ୍କ୍ରିୟ ଟୀକାକୁ ବିକସିତ କରିଥିବା ଜଣାପଡିଛି । ଏହାକି ସଂକ୍ରାମକ ଏସଏଆରଏସ-କୋ-ଭି-ଟୁ ଜୀବାଣୁଙ୍କ ଷ୍ଟ୍ରେନରୁ ସୃଷ୍ଟି ହୋଇଛି । ଏହାର ପ୍ରିକ୍ଲିନିକାଲ ପରୀକ୍ଷଣରୁ ବ୍ୟାପକ ସଫଳତା ମିଳିଛି । ପ୍ରକ୍ଲିନିକାଲ ପରୀକ୍ଷଣରେ ଭଲ ସଫଳତା ମିଳିବା ପରେ ମଣିଷ ଦେହରେ ପରୀକ୍ଷଣ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ, ସେଂଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ।

କୋ-ଭ୍ୟାକ୍ସନି ଟୀକାକୁ ହାଇଦ୍ରାବାଦର ଗ୍ଲୋମ ଭ୍ୟାଲିରେ ସ୍ଥିତ ଭାରତ ବାୟୋଟେକର ବିଏସଏଲ-୩ ହାଇ କଂଟେନମେଂଟ ପ୍ୟାସିଲିଟିରେ ବିକସିତ କରାଯାଇଛି । କୋଭିଡ-୧୯ ବିରୋଧରେ ପ୍ରଥମ ଘରୋଇ ନିଷ୍କ୍ରିୟ ଟିକା କୋଭ୍ୟାକ୍ସିନ ପ୍ରସ୍ତୁତ କରି ଗର୍ବିତ ବୋଲି କହିଛନ୍ତି ଭାରତ ବାୟୋଟେକର ଅଧ୍ୟକ୍ଷ ଡାକ୍ତର କୃଷ୍ଣା ଏଲା । ଏହି ଭ୍ୟାକ୍ସିନ ପ୍ରସ୍ତୁତିରେ ଆଇସିଏମଆର ଓ ଏନଆଇବିର ସହଭାଗିତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।