ଏପଟେ ଗାଳି ସେପଟେ ତାଳି । ପତ୍ନୀଙ୍କ ସହ ବିବାଦ ଭିତରେ ଗୀତ ଗାଇଲେ ହ୍ୟୁମାନ ସାଗର । କହିଲେ ଏମିତି କଥା…

190

କନକ ବ୍ୟୁରୋ: ଏପଟେ ଗାଳି ସେପଟେ ତାଳି । ପାରିବାରିକ ବିବାଦ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବାବେଳେ ଷ୍ଟେଜ ସୋରେ ଦେଖିବାକୁ ମିଳିଛି ହ୍ୟୁମାନ ସାଗରଙ୍କୁ । ଦେବଗଡର ପ୍ରଧାନପାଟ ଉତ୍ସବରେ ସାମିଲ ହୋଇ ଗୀତ ଗାଇଛନ୍ତି ଏହି କଣ୍ଠଶିଳ୍ପୀ । ଆଉ କହିଛନ୍ତି, ବାପା ମାଙ୍କଠାରୁ କେହି ନୁହେଁ ବଡ ଆଉ ଜୀବନ ଥିଲା ଯାଏଁ ଗାଇବେ ଗୀତ ।

ଗୋଟିଏ ପଟେ ପାରିବାରକି ବିବାଦ, ଅନ୍ୟପଟେ ଷ୍ଟେଜରେ ଗୀତ । ପୁରୀରେ ପତ୍ନୀ ଶ୍ରେୟା ବର୍ଷୁଥିବାବେଳେ ଷ୍ଟେଜ ଉପରେ ଗୀତ ଗାଇଛନ୍ତି ହ୍ୟୁମାନ ସାଗର । ଶନିବାର ଏହି ଷ୍ଟାର ଦମ୍ପତିଙ୍କ କଳିରେ ଭିତରେ ଆସିଛି ଏଭଳି ଖବର । ପାରିବାରିକ ବିବାଦ ମଧ୍ୟରେ ଦେବଗଡରେ ଗୀତ ଗାଇଛନ୍ତି ହ୍ୟୁମାନ ସାଗର । ଶନିବାର ପ୍ରଧାନପାଟର ଦ୍ୱିତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ହ୍ୟୁମାନ ସାଗର । ଯେତେବେଳେ ସେ ଷ୍ଟେଜ ଉପରକୁ ଆସିଥିଲେ ଦର୍ଶକ ତାଳିମାଡରେ ପୂରା ପରିବେଶ ଫାଟି ପଡିଥିଲେ । ହ୍ୟୁମାନ ସାଗର କୋହଭରା କଣ୍ଠରେ କହିଥିଲେ, ସେ ବିବାଦରେ ଅଛନ୍ତି, କିନ୍ତୁ ଶେଷ ନିଶ୍ୱାସ ଯାଏଁ ଗୀତ ଗାଉଥିବେ ।

  • ବାପା-ମାଙ୍କ ପାଇଁ ଗାଇଲେ ଦୁଇପଦ
  • ନିଜର ହିଟ ଗୀତ ଦର୍ଶକୁ ଦେଲେ ଭେଟି

ପତ୍ନୀ ଶ୍ରେୟାଙ୍କ ସହ ବିବାଦ ବଢୁଥିବାବେଳେ ଷ୍ଟେଜରେ ହ୍ୟୁମାନ ସାଗର ସାମାନ୍ୟ ଥିବା ଭଳି ଲାଗୁଥିଲା । ଖଚାଖଚ ଭିଡ ଭିତରେ ହ୍ୟୁମାନ ସାଗର ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇଚାଲିଥିଲେ । ନିଜ ବାପା-ମାଙ୍କ ପାଇଁ ଗୋଟିଏ କଥା ସମସ୍ତଙ୍କ ମନ ଜିଣିନେଇଥିଲା । ହ୍ୟୁମାନ କହିଥିଲେ, ବାପା -ମା’ଙ୍କ ଋଣ କେବେ ସୁଝିହେବ ନାହିଁ । ଏହା କହି ସେ ବାପା-ମା’ଙ୍କ ପାଇଁ ଦୁଇ ପଦ ଗୀତ ଗାଇଥିଲେ ।

ସୋମବାର ଉଭୟ ପତି-ପତ୍ନୀ ପୁଣି ପୁଲିସ ନିକଟରେ ହାଜର ହେବେ । ସମସ୍ୟାର ସମାଧାନ ପାଇଁ କାଉନକେଲିଂ ହେବ । ଏହାପୂର୍ବରୁ ରବିବାର ବି ହ୍ୟୁମାନଙ୍କ ଷ୍ଟେଜ ପ୍ରୋଗାମ ରହିଛି । ପ୍ରଶ୍ନ ଉଠୁଛି, ସୋମବାରର କାଉନସେଲିଂରେ ସମସ୍ୟାର ସମାଧାନ ବାହାରିବ ନା ବିବାଦ ଆଗକୁ ବଢିବ ।