ମିଛ କହିଲେ କି ମାନବାଧିକାର କର୍ମୀ? ବର୍ଷା-ଅନୁଭବ ବିବାଦରେ ସମାଧାନ ଉଦ୍ୟମ କରୁଥିବା ମାନବାଧିକାର କର୍ମୀଙ୍କ ଉପରେ ବର୍ଷିଲେ ଅନୁଭବ କହିଲେ, ଆମକୁ ପଛରୁ ଛୁରୀ ମାରି ଗଣମାଧ୍ୟମରେ ରଖିଲେ ବୟାନ

Advertisment
ମିଛ କହିଲେ କି ମାନବାଧିକାର କର୍ମୀ? ବର୍ଷା-ଅନୁଭବ ବିବାଦରେ ସମାଧାନ ଉଦ୍ୟମ କରୁଥିବା ମାନବାଧିକାର କର୍ମୀଙ୍କ ଉପରେ ବର୍ଷିଲେ ଅନୁଭବ କହିଲେ, ଆମକୁ ପଛରୁ ଛୁରୀ ମାରି ଗଣମାଧ୍ୟମରେ ରଖିଲେ ବୟାନ

କନକ ବ୍ୟୁରୋ: ଗତକାଲି ଏକ ମାନବାଧିକାର ସଂସ୍ଥାର କିଛି ସଦସ୍ୟ ଅନୁଭବଙ୍କ ଘରକୁ ଯାଇ ଉଭୟଙ୍କୁ ପଚରା ଉଚରା କରିବା ପରେ ଫେରିଆସିଥିଲେ । ଆଜି ଅନୁଭବ ତାଙ୍କୁ ଟାର୍ଗେଟ କରି କହିଛନ୍ତି ସେମାନେ ତାଙ୍କ ବିଷୟରେ ବାହାରେ ବୁଲି ମିଛ କହୁଛନ୍ତି ।
ଆହୁରି ମଧ୍ୟ ଅଭିଯୋଗ ଆଣିିଛନ୍ତି, ସେମାନେ ବର୍ଷାଙ୍କ ସମ୍ପର୍କିୟ ।

publive-image

ବର୍ଷା-ଅନୁଭବ ବିବାଦରେ ସମାଧାନର ବାଟ ବାହାର କରିବା ପାଇଁ ଆଗେଇ ଆସିଥିବା ଇଂଟରନ୍ୟାସନାଲ ହ୍ୟୁମାନ ରାଇଟ୍ ସଂସ୍ଥାର କିଛି କର୍ମୀଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତା ଅନୁଭବ ମହାନ୍ତି । ଏକାଧିକ ଟ୍ୱିଟ୍ କରି ଅନୁଭବ ମହାନ୍ତି ଲେଖିଛନ୍ତି

-ସେମାନେ ମୋତେ ଓ ମୋ ପରିବାର ସଦସ୍ୟଙ୍କୁ ଠକିବେ ବୋଲି ଜାଣିନଥିିଲି

-ମିଡ଼ିଆରେ କହିବାକୁ ମନା କରି ମଧ୍ୟ ସେମାନେ ବାହାରେ ଆସି ସବୁ କହିଲେ

-ଆମକୁ ପଛରୁ ଛୁରୀ ମାରି ସେମାନେ ଗଣମାଧ୍ୟମରେ ବୟାନ ରଖିଥିଲେ

-ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ ବର୍ଷାଙ୍କ ପରିବାର ସହ ସଂପୃକ୍ତ

-ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ କରି ମୋତେ ବଦନାମ କରିବା ପାଇଁ ଉଦ୍ୟମ କରିଛନ୍ତି

କେବଳ ସେତିକି ନୁହେଁ, ମାନବାଧିକାର କର୍ମୀ ଗୀତାଶ୍ରୀ ଦାଶ କିଭଳି ବର୍ଷା ଏବଂ ବର୍ଷାଙ୍କ ସହ ସଂପୃକ୍ତ ଅଛନ୍ତି, ତାର ପ୍ରମାଣ ଦେବାକୁ ଯାଇ, ଏଭଳି ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ମାନବାଧିକାର କର୍ମୀ ଗୀତାଶ୍ରୀ ମଧ୍ୟ ନଜର ଆସୁଛନ୍ତି । କେଉଁ ଫଟୋରେ ଘରୋଇ ଉତ୍ସବ କାର୍ଯ୍ୟକ୍ରମରେ ଏକାଠି ଅଛନ୍ତି ତ’ ଆଉ କେଉଁ ଫଟୋରେ ସାମାଜିକ କାର୍ଯ୍ୟକ୍ରମରେ ଏକାଠି ଅଛନ୍ତି । ଆଉ ଏପଟେ ଏହି ଘଟଣାରେ ଗୀତାଶ୍ରୀ ଦାଶ ପ୍ରତିକ୍ରିୟା ରଖି କହିଛନ୍ତି-ଆମକୁ ଆଲୋଚନା ପାଇଁ ଡାକିବା ସତ୍ୱେ ଦେଖା କଲେ ନାହିଁ ଅନୁଭବ ମହାନ୍ତି ।

publive-image

ଗୀତାଶ୍ରୀ ଏବଂ ବର୍ଷାଙ୍କ ପରିବାରର ସହ ସଂପୃକ୍ତ ଥିବା ନେଇ ଅନୁଭବ ଅଭିଯୋଗ ଆଣିବା ପରେ ଆଉ କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଅବଶ୍ୟ ଏହି ସବୁ ଚିତ୍ର ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ୍ ପେଜ୍ରେ ଜଣେ ସମର୍ଥକ ପୋଷ୍ଟ କରିଛନ୍ତି । ଏହି ଫୋଟୋରେ ମାନବାଧିକାର କର୍ମୀ ଗୀତାଶ୍ରୀ ଦାଶଙ୍କ ସହ ଅନୁଭବ ମହାନ୍ତି ମଧ୍ୟ ନଜର ଆସୁଛନ୍ତି । କୌଣସି ପାରିବାରିକ ଉତ୍ସବର ଫେଟୋ ଭଳି ଲାଗୁଥିବା ଏହି ଚିତ୍ରରେ ଗୀତାଶ୍ରୀ ଦାଶଙ୍କ ସହ ଅନୁଭବ ଅଛନ୍ତି ଏବଂ ବର୍ଷା ବି ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe