କନକ ବ୍ୟୁରୋ : ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ପାଇଁ ଏକାଠି ହେଲେ ବିରୋଧୀ । ଏସ୍ପି ଅଫିସ୍ ଘେରିଲେ ବିଜେପି, କଂଗ୍ରେସ ସହ ଆଦିବାସୀ ସଂଗଠନ । ହଜାର ହଜାର ସଂଖ୍ୟାରେ ବିଜେପି, କଂଗ୍ରେସ ସହ ଆଦିବାସୀ ସଂଗଠନର କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତୁରନ୍ତ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି ।
ଏହା ସହ ଏଏସଆଇ ଲୁଗୁନଙ୍କ ମୃତ୍ରୁର ମଧ୍ୟ ସିବିଆଇ ତଦନ୍ତ ଦାବି ହୋଇଛି । ଏଯାଏଁ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗରର ଏଏସଆଇ ଆଲିସ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟିପାରିନାହିଁ । ଏହାରି ଭିତରେ ସୁସ୍ମିତାଙ୍କ ସ୍ୱାମୀଙ୍କୁ ଆଜି ଜେରା କରିଛି ଏଚଆରପିସି । ସୁଶୀଲ ଟପ୍ପୋଙ୍କୁ ଏଚଆରପିସି ଡିଏସ୍ପି ବନତା ମାଝୀ ପଚରାଉଚରା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/12-4.jpg)