କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ଘରେ ମାନବାଧିକାର କର୍ମୀ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାଦ ଭିତରେ ଆଜି ବର୍ଷାଙ୍କୁ ମାନବାଧିକାରୀ କର୍ମୀ ଭେଟିଛନ୍ତି । ଆଲୋଚନା ସମୟରେ ବର୍ଷା କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଶାଶୂ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି ।

Advertisment

କେବଳ ଅନୁଭବ ଅନେକ ସମୟରେ ମଦ୍ୟପାନ କରି ଖରାପ ଭାଷାରେ ଗାଲି ଗୁଳଜ କରିଛନ୍ତି । ତେବେ ବିହାବ ବିଚ୍ଛେଦ ନୁହେଁ ସମାଧାନ ଚାହୁଁଥିବା ମାନବାଧିକାର କର୍ମୀଙ୍କ ଆଗରେ ବର୍ଷା କହିଥିବା ସୂଚନା ମିଳିଛି । ତେବେ ମାନାବାଧିକାର କର୍ମୀଙ୍କୁ ଅନୁଭବ ବିବାହ ବିଚ୍ଛେଦ କିମ୍ବା ସମାଧାନ ନେଇ କିଛି ସ୍ପଷ୍ଟ କରିନଥିବା ଜଣାପଡିଛି ।