ଆଦିବାସୀ ଯୁବକଙ୍କୁ ପୂର୍ବରୁ ହତ୍ୟା କରିଥିଲେ ମାନବବାଦ ସଂଗଠନର କର୍ମୀ : ୭ଜଣଙ୍କୁ ପୋଲିସ ଗିରଫ କରିଥିଲେ ବି ଗୁରୁଜୀ ମାନସ ଦାସଙ୍କୁ ଛୁଇଁପାରୁନି କାହିଁକି ?

183

କନକ ବ୍ୟୁରୋ : ଆଫଗାନିସ୍ତାନର ତାଲିବାନୀ ଶାସନର କ୍ରୁରତା କଥା ତ ଆପଣ କିଛି ଦିନ ଧରି ଦେଖିଆସୁଛନ୍ତି । ହେଲେ ସମାନ ଢଙ୍ଗରେ ଖୋର୍ଦ୍ଧା ବେଗୁନିଆରେ ବି ଚାଲିଛି ବର୍ବରତା । ନିଜ ସଂଗଠନରେ ସାମିଲ ନହେବାରୁ ବାପ-ପୁଅଙ୍କୁ  ଗଡେଇ ତଡେଇ ମାଡ ମାରୁଛନ୍ତି କିଛି ବ୍ୟକ୍ତି । ଅର୍ଦ୍ଧ ଉଲଗ୍ନ କରି ଗୋଟିଏ କୋଠରି ଭିତରେ ଗୋରୁ ଗାଇଙ୍କୁ ମାଡ ମାରିଲା ଭଳି ପିଟି ଚାଲିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଏହି ନୃଶଂସମାନଙ୍କ ପ୍ରତି ଘୃଣା ସୃଷ୍ଟି ହେଉଛି ।

ବିଡମ୍ବନାର କଥା ମାଡ ମାରୁଥିବା ଏହି ବ୍ୟକ୍ତି ମାନେ କୁଆଡେ ମାନବବାଦୀ । ବେଗୁନିଆ କଡବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ଘରୁ ଡାକି ନେଇ କରଡଗାଡିଆର କୋଠଘରେ ନିର୍ଦ୍ଧୁମ ମାଡ ମାରିଛନ୍ତି ଏହି ଜହ୍ଲାଦମାନେ । ଏହି ଘଟଣା ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ମାନବବାଦ ସଂଗଠନ ନିର୍ଯାତନାର ଶିକାର ହୋଇଥିବା ବେଗୁନିଆ ମାନପୁର ଗାଁର ମାଗୁଣି ନାୟକ । ତାଙ୍କ କହିବା ହେଲା ସଂଗଠନରେ ଯୋଗ ନଦେବାରୁ କଙ୍ଗାରୁ କୋର୍ଟରେ ତାଙ୍କୁ ଓ ପୁଅଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯାଇଥିଲା ।

କେବଳ ଏତିକି ନୁହେଁ ଗତ ୨ତାରିଖ ରାତିରେ ଅଭିମାନପୁର ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡି ଦେଇଥିବାର ସଙ୍ଗୀନ ଅଭିଯୋଗ ବି ରହିଛି ଏମାନଙ୍କ ବିରୋଧରେ । ସତ୍ୟବ୍ରତ ନାଏକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ହେବାପରେ ପିଟିପିଟି ହତ୍ୟା କରିବା ସହ ପୋଡି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଗୁରୁଜୀ ମାନଓ ଦାସଙ୍କୁ ଗିରଫ କରିନଥିଲା । ନିର୍ଯାତନାର ଶିକାର ପରିବାର କହିଛନ୍ତି, ଏହି ବର୍ବୋରଚିତ ଘଟଣାରେ ସଂପୃକ୍ତ ମାନବବାଦ ସଂଗଠନର ମୁଖ୍ୟ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଛି । ତେବେ ଏହାର ୨୫ ଦିନ ପରେ ପୁଣି ସେହି ଗାଁର ଏକ ଅତି ଅମାନବୀୟ ଭିଡିଓ ଭାଇରାଲ ହେବା ପରେ ଅନେକ ପ୍ରଶ୍ନ ଉଠୁଛି ।