ମହାନଦୀର ଅକାତକାତ ପାଣିରୁ… ମୁଁ ଡଙ୍ଗାକୁ ଆଣିଥିଲି ଅରିନ୍ଦମ ଭାଇଙ୍କୁ

476

କନକ ବ୍ୟୁରୋ: କେମିତି ମୃତ୍ୟୁର ମହାନଦୀରେ ମୁଣ୍ଡଳି ନେଇଗଲା ଦୁଇ ଦୁଇଟି ମୁଣ୍ଡ । ବ୍ରିଜତଳେ ପିଟି କେମିତି ପ୍ରାଣ ନେଇଗଲା ମହାନଦୀ ପାଣି । ଯେତେବେଳେ ହାତୀ ଉଦ୍ଧାର ପାଇଁ ଓଡ୍ରାଫ ଟିମ ପାଣିରେ ଫସିଗଲା ଆଉ ଜୀବନ ବଞ୍ଚାଇବାକୁ ହାତ ଠାରି ହାରିଗଲେ ସାହସୀ ସାମ୍ବାଦିକ ଅରିନ୍ଦମ । ସେତେବେଳେ ତାଙ୍କୁ ଉଦ୍ଧାର କରିଥିଲେ ମାଛ ଧରାଳି ମାନସ ବେହେରା । ବୋଟ୍ ଓଲଟି ପଡିଥିଲା ଆଉ ବଞ୍ଚିବା ପାଇଁ ଚିକ୍ରାର କରୁଥିଲେ ଓଡ୍ରାଫ ସଦସ୍ୟଙ୍କ ସହ ସାମ୍ବାଦିକ ଅରିନ୍ଦମ ଦାସ ଓ ତାଙ୍କ କ୍ୟାମେରାମ୍ୟାନ । ଠିକ ସେତିକି ବେଳେ ପାଣି ଭିତରେ ଅସହାୟ ମଣିଷଙ୍କୁ ସାହାଯ୍ୟ କରିବାକୁ ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରକୁ ଡଙ୍ଗା ନେଇ ବାହାରି ଯାଇଥିଲେ ମାନସ ।

ତେବେ ପାଣି ଭିତରେ ଯେତେବେଳେ ଅରିନ୍ଦମଙ୍କୁ ଉଦ୍ଧାର କରିଥିଲେ ମାନସ ସେତେବେଳେ ପାଣି ଭିତରେ ଅରିନ୍ଦମ ଭାଇ ବଞ୍ଚିଥିଲେ, ସେ ଆଖି ମିଟିମିଟି କରୁଥିଲେ… ଆଉ ମୁଁ ପାଣି ଭିତରୁ ବଞ୍ଚାଅ ବଞ୍ଚାଅ ବୋଲି ଡାକୁଥିଲି, କିନ୍ତୁ କେହି ଡରରେ ଆସୁନଥିଲେ… ଅକାତକାତ ପାଣିକୁ ସମସ୍ତେ ଡରୁଥିଲେ ବୋଲି କହିଛନ୍ତି ମାନସ ।

ମହାନଦୀର ଅକାତକାତ ପାଣିରେ ବୁଡିଯାଉଥିଲେ ଅରିନ୍ଦମ, ଡଙ୍ଗା ନେଇ ଏକାଏକା ଉଦ୍ଧାର କରିଥିଲେ ସାହସୀ ମତ୍ସ୍ୟଜୀବୀ ମାନସ । ଅରିନ୍ଦମଙ୍କ ମୃତ୍ୟୁ ପରେ ସେଦିନର ଛାତିଥରା କାହାଣୀ କହିଲା ବେଳେ କାନ୍ଦ କାନ୍ଦ ହୋଇଯାଇଥିଲେ ମାନସ । ତେବେ ତାଙ୍କ ଜୀବନ ପଛେ ଯାଉ କିନ୍ତୁ ଅରିନ୍ଦମ ଭାଇଙ୍କ ଜୀବନ ବଞ୍ଚିଯାଉ ବୋଲି ସେ ବହୁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି । ଯେଉଁଥିପାଇଁ କାନ୍ଦି ପକାଇଛନ୍ତି ମାନସ ।