ଇତିହାସ ରଚିଲେ ହମାଇରା ମୁସ୍ତାକ୍ । ବ୍ରିଟିଶ ଏନଡ୍ୟୁରାନ୍ସ ଚାମ୍ପିୟନସିପ କାର୍ ରେସରେ ପ୍ରଥମ ଭାରତୀୟ ମହିଳା ଭାବେ ଅଂଶଗ୍ରହଣ କଲେ ।
କନକ ବ୍ୟୁରୋ: ଦେଶ ପାଇଁ ଗୌରବ ଆଣିଲେ କାଶ୍ମୀର ଲଳନା ହମାଇରା ମୁସ୍ତାକ୍ । ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରୁ ଆସିଥିବା ହୁମାଇରା ମୁସ୍ତାକ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ମହିଳା ଭାବେ ଲଣ୍ଡନରେ ଆୟୋଜିତ ପ୍ରସିଦ୍ଧ ବ୍ରିଟିଶ ଏନଡ୍ୟୁରାନ୍ସ ଚାମ୍ପିୟନସିପରେ ଅଂଶଗ୍ରହଣ କରିଛନ୍ତି।

Kanak News is now on WhatsApp
Join and get latest news updates delivered to you via WhatsApp
ଧୈର୍ୟ୍ୟ ଓ ଦକ୍ଷତାର କଠିନ ପରୀକ୍ଷା ପାଇଁ ଜଣାଶୁଣା ଏହି ସମ୍ମାନଜନକ ଚାମ୍ପିୟନସିପରେ ପାରମ୍ପରିକ ଭାବେ ପୁରୁଷ ରେସରଙ୍କ ପ୍ରାଧାନ୍ୟ ରହିଛି। କିନ୍ତୁ ହୁମାଇରା ମୁସ୍ତାକଙ୍କ ଦୃଢ଼ ସଂକଳ୍ପ, ପ୍ରତିଭା ଓ ଅତୁଟ ପ୍ରତିବଦ୍ଧତା ପୁରୁଷ ପ୍ରଧାନ୍ୟ ପ୍ରତିବନ୍ଧକକୁ ଟପିଯାଇ ଇତିହାସ ରଚିଛି ଏବଂ ନୂଆ ପିଢ଼ିର ଆଶାୟୀ ମହିଳା କାର୍ ରେସରଙ୍କୁ ପ୍ରେରଣା ଦେଇଛି।
ବ୍ରିଟିଶ ଏନଡ୍ୟୁରାନ୍ସ ଚାମ୍ପିଅନସିପରେ ମୁସ୍ତାକଙ୍କ ଯାତ୍ରା କ୍ରୀଡ଼ା ପ୍ରତି ତାଙ୍କର ଉଲ୍ଲେଖନୀୟ ପ୍ରତିଭାର ପ୍ରମାଣ ଦେଇଛି । ତାଙ୍କର ଏହି ସଫଳତା ଭାରତ ଏବଂ ଏହା ବାହାରେ ମହିଳାମାନଙ୍କ ପାଇଁ ଆଶା ଓ ସଶକ୍ତୀକରଣ ପାଇଁ ଆଲୋକବର୍ତ୍ତିକା ସାଜିବ ବୋଲି କୁହାଯାଉଛି । ଏହି ଏଲିଟ୍ ମୋଟରସ୍ପୋର୍ଟ ପ୍ରତିଯୋଗିତାରେ ତାଙ୍କର ଅଂଶଗ୍ରହଣ ପ୍ରଗତି, ବିବିଧତା ଏବଂ ଭାରତୀୟ ମହିଳାଙ୍କ ଅଦମ୍ୟ ଭାବନାର ପ୍ରତୀକ।