କନକ ବ୍ୟୁରୋ: ତୃତୀୟ ଦିନିକିଆରେ ଭାରତର ବିରାଟ ବିଜୟ । ଭାରତ ଶ୍ରୀଲଙ୍କାକୁ ୩୧୭ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ତିନିଟିକିଆ ସିରିଜରେ କ୍ଲିନ ସୁଇପ କରିଛି । ଶ୍ରୀଲଙ୍କାର ପୂରା ଟିମ୍ ୭୩ ରନରେ ଅଲଅ୍ଧମଙ୍କ ହୋଇଯାଇଥିଲା । ମହମ୍ମଦ ସିରାଜ ୪ଟି ସଫଳତା ପାଇଥିବା ବେଳେ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ । ଏହି ବିଜୟ ସର୍ବକାଳୀନ ରେକର୍ଡ ବିଜୟ । ସାମି ଏବଂ କୂଳଦୀପ ୨ଟି ଲେଖାଏଁ ସଫଳତା ହାତେଇଥିବା ବେଳେ ବିରାଟ କୋହଲି, ଶୁଭମାନ ଗିଲ ବ୍ୟାଟରେ ନିଜର ଦବଦବା ଦେଖାଇଥିଲେ ।

Advertisment

ପ୍ରଥମ ବ୍ୟାଟିଂ କରି ଭାରତ ୫୦ ଓଭରରେ ୩୯୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ କୋହଲି ୧୬୬, ଶୁଭମାନ ଗିଲ ୧୧୬ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସିରାଜଙ୍କ ବୋଲିଂ ସାମ୍ନାରେ ଛିଡା ହୋଇପାରିନଥିଲା ସିଂହଳ ବାହିନୀ । ମାତ୍ର ୨୨ ଓଭରରେ ୭୩ ରନରେ ଅଲଆଉଟ ହୋଇଥିଲା ଦଳ ।