ଏଟିଏମରେ ବିଶାଳ ନାଗ ସାପ : ଟଙ୍କା କାଢିଲା ବେଳେ ସାପର ଗର୍ଜନ ଶୁଣି ଚମକି ପଡିଲେ ଗ୍ରାହକ; ୪ ଦିନ ପରେ ହେଲା ଉଦ୍ଧାର

କୁଚିଣ୍ଡାରୁ ଆସିଲା ଅଭାବନୀୟ ଖବର

247

କନକ ବ୍ୟୁରୋ : ଏଟିଏମ୍ ଭିତରେ ନାଗସାପ । ଟଙ୍କା କାଢିବାକୁ ଏଏଟିଏମକୁ ଆସିଥିବା ବେଳେ ଜଣେ ଗ୍ରାହକ ନାଗ ସାପକୁ ଦେଖି ଭୟରେ ପଳାଇଲେ । ଏହା ଜଣାପଡିବା ପରେ ସ୍ଥାନୀୟ ଲୋକେ ଏଟିଏମକୁ ବନ୍ଦ ରଖି ବନବିଭାଗକୁ ଖବର ଦେଇଥିଲେ ।

ବନବିଭାଗ କର୍ମଚାରୀ ଖବର ପାଇ ଏଟିଏମରେ ପହଁଚି ବହୁ ଖୋଜାଖୋଜି କରିବା ପରେ ବି ସାପକୁ ପାଇନଥିଲେ । ସାପ ଭୟରେ ଏଟିଏମ୍ ବନ୍ଦ ରହିଲା ୪ ଦିନ । ଶେଷରେ ସ୍ନେକ୍ ହେଲପଲାଇନ୍ ସଦସ୍ୟ ପହଁଚି ଦୀର୍ଘ ଘଂଟାର ଉଦ୍ୟମ ପରେ ପରେ ଏଟିଏମ୍ ଭିତରୁ ନାଗସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଉଦ୍ଧାର ନାଗ ସାପର ଲଂବ ହେବ ପ୍ରାୟ ୫ ଫୁଟ । ସଂବଲପୁର ଜିଲ୍ଲାର କୁଚିଣ୍ଡାର ପଂଚମୁଖୀ ଛକରେ ଥିବା ପୋଷ୍ଟ ଅଫିସ ଏଟିଏମରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସାପକୁ ଉଦ୍ଧାର କରି ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ପ୍ରାକୃତିକ ବାସସ୍ଥଳୀରେ ଛାଡି ଦେଇଛନ୍ତି ।