ଦ୍ୱିତୀୟ ଦିନରେ ମଧ୍ୟ ରାମ ଦରବାରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ସକାଳ ୭ରୁ ରାତି ୧୧ ଯାଏଁ ମିଳିବ ବାଳକ ରାମଙ୍କ ଦର୍ଶନ

78

କନକ ବ୍ୟୁରୋ : ଭିଡ଼କୁ ଭୟ ନାହିଁ । ଥଣ୍ଡାକୁ ଖାତିର ନାହିଁ । ମୁହଁରେ ଜୟ ଶ୍ରୀରାମ । ହାତରେ ପ୍ରଭୁଙ୍କ ପାଇଁ ପତାକା । ଗତ ଦୁଇ ଦିନ ହେବ ରାମନଗରୀ ଅଯୋଧ୍ୟା ଦୃଶ୍ୟ କିଛି ଏଭଳି ରହିଛି । ଦୂରଦୂରାନ୍ତରୁ ଛୁଟୁଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ । ବଡି ଭୋରୁ ନିତ୍ୟକ୍ରମ ସାରି ମନ୍ଦିର ପରିସରରେ ଜମାଇଛନ୍ତି ଭିଡ । ଲାଇନରେ ଛିଡା ହୋଇ ରାମଲାଲାଙ୍କ ଦର୍ଶନ ଟିକେ ପାଇବା ପାଇଁ ଭକ୍ତ କରିଛି ଦୀର୍ଘ ଘଂଟାରେ ଅପେକ୍ଷା କରିଛି । ଦେଶର କୋଣଅନୁକୋଣରୁ ଅଯୋଧ୍ୟାକୁ ଧାଇଁ ଆସୁଛନ୍ତି ରାମଭକ୍ତ ।

ଅଯୋଧ୍ୟା ଆସୁଥିବା ଭିଭିଆଇପି ବ୍ୟକ୍ତିଙ୍କୁ ୧୦ ଦିନ ପାଇଁ ଅଯୋଧ୍ୟା ନଆସିବାକୁ ଅପିଲ କରାଯାଇଛି । ଯଦି ଆସୁଛନ୍ତି ତେବେ ଗ୍ରସ୍ତ ବାବଦରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରକୁ ପୂର୍ବରୁ ସୂଚନା ଦେବାକୁ କୁହାଯାଇଛି । ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଭିତରେ ଭିଭିଆଇପି ବ୍ୟକ୍ତିଙ୍କୁ ଯଥେଷ୍ଟ ସୁରକ୍ଷା ଓ ସୁବିଧା ଦେବା କଷ୍ଟକର ବୋଲି କହିଛି ସ୍ଥାନୀୟ ପ୍ରଶାସନ । ସୂଚନା ଅନୁସାରେ ଭକ୍ତଙ୍କ ପାଇଁ ସକାଳ ୭ରୁ ରାତି ୧୧ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ । ଭିଡକୁ ନିୟନ୍ତ୍ର କରିବାକୁ ଅଯୋଧ୍ୟାକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ବସର ରୁଟ ପରିବର୍ତନ ଓ ଆଉ କିଛି ବନ୍ଦ ରଖାଯାଇଛି ।

ଜାନୁଆରୀ ୨୩ । ଶ୍ରଦ୍ଧାଳୁଙ୍କ ପାଇଁ ରାମଦରବାର ଫିଟିବା ପରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ । ୫ଲକ୍ଷରୁ ଉର୍ଦ୍ଧ ରାମଭକ୍ତ ଏଠାରେ ପହଁଚିଥିଲେ । ଚାହୁଁ ଚାହୁଁ ଭିଡ ଏତେ ବଢ଼ିଥିଲା କି ଏମାନଙ୍କୁ ଆୟତ କରିବାରେ ଫେଲ ମାରିଥିଲା ଉତରପ୍ରଦେଶ ପୁଲିସ । ପରେ ରାପିଡ ଆକ୍ସନ ଫୋର୍ସ ଓ ଏଟିଏସକୁ ମୁତୟନ କରାଯାଇଥିଲା । ସ୍ଥିତି ଏଭଳି ହୋଇଥିଲା କି ଆକାଶ ମାର୍ଗରୁ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।