କନକ ବ୍ୟୁରୋ : ରାଜ୍ୟରେ ଟିକାକରଣ ଆଗେଇ ଚାଲିଥିବା ବେଳେ ଏବେବି ଟିକାକରଣ ପାଇଁ ଅନେକ ଜାଗାରେ ସାଧାରଣ ଲୋକଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ୁଛି । ଏପରି ଦୁଇଟି ଜାଗାରୁ ଦୃଶ୍ୟ ଆସିଛି । ଗୋଟିଏ କେନ୍ଦୁଝରର ଓ ଅନ୍ୟ ଦୃଶ୍ୟଟି ସୋରରୁ ଆସିଛି । ଟିକା ନେବା ପାଇଁ ରାତି ଅଧରୁ ଲାଇନ୍ ।
ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ମାଣିପୁର ଗାଁରେ ଟିକାକରଣ କେନ୍ଦ୍ରରେ ଲୋକେ ଆଜି ଟିକା ନେବା ପାଇଁ କାଲି ରାତି ଠାରୁ ଲମ୍ବା ଲାଇନ ଲଗାଇଥିଲେ । ସେପଟେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଫୁଲଝର ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା । ଏଠାରେ ଟିକା ପାଇଁ ଶହ ଶହ ଲୋକଙ୍କ ଲାଇନ । ଶୁକ୍ରବାର ଏହି କେନ୍ଦ୍ରରେ ଟିକା ନପାଇ ଫେରିଯାଇଥିବା ମଧ୍ୟ କିଛି ଲୋକ ଅଭିଯୋଗ କରିଥିଲେ । ତେବେ କର୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି ।