ବ୍ରିଟେନର ମାଲ୍ୟାଙ୍କ ବଡ ବିଜୟ: ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବଦେନ ପାଇଁ ସ୍ଥାନୀୟ କୋର୍ଟ ଦେଲେ ଅନୁମତି

ବ୍ରିଟେନର ମାଲ୍ୟାଙ୍କ ବଡ ବିଜୟ: ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବଦେନ ପାଇଁ ସ୍ଥାନୀୟ କୋର୍ଟ ଦେଲେ ଅନୁମତି

କନକ ବ୍ୟୁରୋ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ତଳ କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ବିରୋଧରେ ଆବେଦନ କରିବାକୁ ମାଲ୍ୟାଙ୍କୁ ଲଣ୍ଡନର ରୟାଲ୍ କୋର୍ଟସ୍ ଅଫ୍ ଜଷ୍ଟିସ୍ ଅନୁମତି ପ୍ରଦାନ କରିଛନ୍ତି। ଭାରତରେ ହୋଇଥିବା ୯୦୦୦ କୋଟି ଟଙ୍କା ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବାକୁ ବ୍ରିଟେନର ୱେଷ୍ଟମିନିଷ୍ଟରଙ୍କ ଅଦାଲତ ନିର୍ଦେଶ ଦେଇଥିଲେ। ସେହି ନିର୍ଦେଶ ପତ୍ରରେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ ସ୍ବାକ୍ଷର କରିଥିଲେ। ଏହା ବିରୋଧରେ ଗତ ଏପ୍ରିଲରେ ମାଲ୍ୟା ରୟାଲ୍ କୋର୍ଟସ୍ ଅଫ୍ ଜଷ୍ଟିସ୍ରେ ଆବେଦନ କରିଥିଲେ।

publive-image

ଗତକାଲି ତାହାର ଶୁଣାଣି ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ କରାଯାଇଛି। ଆଗାମୀ ଦିନରେ ଏହି ମାମଲାର ସଂପୂର୍ଣ୍ଣ ଶୁଣାଣି ବ୍ରିଟେନ ହାଇକୋର୍ଟରେ ହେବ।ଭାରତକୁ ପ୍ରତ୍ୟର୍ପଣ ହେଲେ ମାଲ୍ୟାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ର ବାରାକ୍ ନମ୍ବର ୧୨ରେ ରଖାଯିବ। ସେହି ସେଲର ଭିଡିଓ ଚିତ୍ରକୁ ତଳ କୋର୍ଟ ବିଚାରପତି ଏମା ଆରବଥ୍ନଟ୍ ଦେଖିଥିଲେ। ଭାରତର ୧୩ଟି ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କାର ଋଣ ଠକେଇ କରିଥିବା ମାଲ୍ୟା ୨୦୧୬ ମାର୍ଚ ୨ରେ ଭାରତ ଛାଡ଼ି ବ୍ରିଟେନ୍ ପଳାୟନ କରିଥିଲେ। ତାଙ୍କ ବିରୋଧରେ ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୧୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe