କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ବ୍ରହ୍ମପୁରରେ ଆରମ୍ଭ ହୋଇଗଲାଣି ଚୋରା ବାଣ ବେପାର । ଚୋରାରେ ବାଣ ଆଣି ବିକ୍ରି କରିବା ପାଇଁ ଲୁଚାଇ ରଖିଥିବା ବେଳେ ମାଡି ବସିଲା ପୋଲିସ । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଶିବଶକ୍ତିନଗର ପଞ୍ଚମ ଲେନର ଏକ ଭଡାଘରୁ ବିପୁଳ ପରିମାଣର ବାଣ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଏକ ଭଡା ଘରେ ଲୁଚାଇ ରଖିଥିବା ପେଟି ପେଟି ଚୋରାବାଣ ଜବତ ହୋଇଛି । ସମସ୍ତ ବାଣ ବିସ୍ଫୋରକ ଦ୍ରବ୍ୟ ହୋଇଥିବା ବେଳେ ବିକ୍ରି ପାଇଁ କୌଣସି ଲାଇସେନ୍ସ ନଥିବା ଜଣାପଡିଛି । ଜବତ ବାଣର ମୂଲ୍ୟ ୫ ଲ କ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଞ୍ଜିପଲ୍ଲୀ ଫାଣି ପୋଲିସ ଅଧିକାରୀ ଗୌରୀ ଜେନା ଓ ଟିମ ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ବାଣ ଗୋଦାମରେ ଚଢାଉ କରି ଏହି ସଫଳତା ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-01-08h24m07s577.jpg)