ନଡ଼ିଆ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଦୁଇ ଅଭିଯୁକ୍ତ ଗିରଫ କଲା ପଦ୍ମପୁର ପୋଲିସ ।

666

କନକ ବ୍ୟୁରୋ: ନଡ଼ିଆ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ମାନେ ବିହାରର ବୋଲି ଜଣାପଡ଼ିଛି । ଦୁଇ ଅଭିଯୁକ୍ତ ହେଲେ ଶ୍ରବଣ ପଲ୍ ଓ ରାଜେନ୍ଦ୍ର ରାଉତ । ଗଜପତି ଜିଲ୍ଲା ଅଡବା ଅଂଚଳରୁ ବିହାର ଅଭିମୁଖେ ଯାଉଥିଲା ଗଂଜେଇ । ଖବର ପାଇ ପଦ୍ମପୁର ପୋଲିସ କେନ୍ଦୁଗୁଡା ନିକଟରେ ଚଢାଉ କରିଥିଲା । ଚଢାଉ ସମୟରେ ଉକ୍ତ ଟ୍ରକରେ ନଡ଼ିଆ ସହିତ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଉଦ୍ଧ୍ୱର୍ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ୍ ୫ ହଜାର ଟଙ୍କା, ୨ଟି ମୋବାଇଲ ଓ ଗଞ୍ଜେଇ ଚୋରାଚାଲାଣରେ ବ୍ୟବହାର ହେଉଥିବା ଟ୍ରକ ଜବତ କରିଛି ପୋଲିସ୍ ।