କନକ ବ୍ୟୁରୋ : ମାଟି ତଳେ ବିସ୍ଫୋରକ । ଦ୍ୱିତୀୟ ଦିନରେ ପୋଲିସର ଖୋଳତାଡ଼ ଜାରି  । ଯାଜପୁର ଜିଲ୍ଲା ଜେନାପୁର ଥାନା ଚଡ଼େଇଧରା ପାହାଡ଼ରେ କଳା ପଥର ଖାଦାନରେ ପୋଲିସର ଚଢ଼ାଉ ଜାରି ରହିଛି  । ଜେସିବି ମେସିନ ସାହାର୍ଯ୍ୟରେ ଲୁଣିବର ମୋଜାର ଗଙ୍ଗେଇ ଡୁବୁରୀରେ ମାଟି ତଳୁ ଆମୋନିଆ ନାଇଟ୍ରେଟ ବାହାର କରୁଛି ପୁଲିସ । ଗତକାଲି ୫୦ବସ୍ତା ଆମୋନିଆ ନାଇଟ୍ରେଟ ଉଦ୍ଧାର କରାଯାଇଥିଲା ।

Advertisment

ଏନେଇ ପୂର୍ବରୁ ପୋଲିସ ୨ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେମାନେ ଫେରାର ଅଛନ୍ତି । ଏହି ବିସ୍ଫୋରକରେ ବ୍ୟବହୃତ ହେଉଥିବା ସାର ବସ୍ତାକୁ ମଧ୍ୟ ଜବତ କରାଯାଇଛି । ଯେଉଁଠୁ ଆହୁରି ଶହେ ବସ୍ତା ଆମୋନିଆ ନାଇଟ୍ରେଟ ମିଳିବାର ପୋଲିସ ଆଶଙ୍କା କରୁଛି । ଗତ ୨ ଦିନ ତଳେ ଜେନାପୁର ପୋଲିସ ସାତମାଣ ଓ ଚଡେଇଧରା ଅଂଚଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା ।