ଜୟପୁରର ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ; ଆନ୍ଧ୍ରକୁ ଚୋରାଚାଲାଣ ବେଳେ ଜବତ କଲା ପୋଲିସ

148

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ୨ଟି ସ୍ଥାନରୁ ବିପୁଳ ପରିମାଣର ଗଂଜେଇ ଜବତ କରିଛି ପୋଲିସ । ପ୍ରାୟ ୧୩ କ୍ୱିଂଟାଲ ଗଂଜେଇ ଜବତ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ ହେବ ବୋଲି ଆକଳନ କରିଛି ପୁଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ହନୁମାଳ ଗାଁର ଏକ ନିର୍ମାଣଧୀନ କୋଠାରୁ ପ୍ରାୟ ୮ କ୍ୱିଂଟାଲର ଅଧିକ ଗଂଜେଇ ଜବତ କରିଛି ପୋଲିସ । ଅନ୍ୟପଟେ ପାଡ଼ୁଆ ଠାରେ ଆନ୍ଧ୍ରକୁ ଚାଲଣ ହେଉଥିବା ଏକ ମିନିଟ୍ରକରୁ ୫ କ୍ୱିଂଟାଲ ଗଂଜେଇ ଜବତ କରିଛି । ଏନେଇ ମାମଲା ରୁଜୁ କରିଛି ପୋଲିସ ।

Comments are closed.