ଘର ଭିତରେ ରହି ଛେଳି, କୁକୁଡ଼ା ଗିଳୁଥିଲା ଅଜଗର : ଅଜଗରକୁ ଉଦ୍ଧାର କଲେ ସ୍ନେକ୍ ହେଲପଲାଇନ୍ ଟିମ୍

99

କନକ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡର ଗଞ୍ଜାଉଡାର ଗ୍ରାମରୁ ଏକ ଗାଇ ଗୁହାଳରୁ ପାଟଣାଗଡ ନାଗରାଜ ସ୍ନେକ ହେଲ୍ପ ଲାଇନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଛି । ଅଜଗରଟି ପାଖ ଚଙ୍ଗରିଆ ଜଙ୍ଗଲରୁ ଗାଁକୁ ଚାଲିଆସିଥିବା ଲୋକେ କହୁଥିବା ବେଲେ ଲୋକେ ଦେଖିବାକୁ ପାଇ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ ।

ହେଲ୍ପ ଲାଇନର ସଦସ୍ୟ ଧୃବ ସୁନା ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଧୃବଙ୍କ କହିବାନୁସାରେ ଏହି ସାପ ଗାଈ, ମଇଁଷି ତଥା ଛେଳି, କୁକୁଡା, ମେଣ୍ଢାକୁ ଗିଳି ଖାଉଥିଲା । ସାପ ଉଦ୍ଧାର କରି ପାଟଣାଗଡ ବନ ବିଭାଗକୁ ଏହା ହସ୍ଥାନ୍ତର କରାହେବ ବୋଲି ଧୃବ ସୁନା କହିଛନ୍ତି । ଏହି ସାପ ଉଦ୍ଧାର ହେବା ଅଞ୍ଚଲ ପାଁଇ ପ୍ରଥମ ତେଣୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।