ଘର ଭିତରେ ପଶିଗଲା ଅଜଗର : ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

71

କନକ ବ୍ୟୁରୋ : ଘର ଭିତରେ ପଶିଗଲା ଅଜଗର ସାପ । ବିରାଟ ଅଜଗରକୁ ଘର ଭିତରେ ଦେଖି ଆତଙ୍କିତ ହୋଇଗଲେ ପୁରା ପରିବାର । ସୁନ୍ଦରଗଡ ଜିଲ୍ଲା ବଡଗାଁ ଫରେଷ୍ଟ ରେଂଜ ଅଂଚଳର ଯାଜପୁର ଗାଁରେ ଘଟିଛି ଏହି ଘଟଣା । ଯାଜପୁର ଗାଁର ଯଶୋବନ୍ତ ପୃଷ୍ଟିଙ୍କ ଘର ଛପରରେ ରହିଥିଲା ବିରାଟ ଅଜଗର ସାପ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନବିଭାଗ କର୍ମଚାରୀ ଗାଁରେ ପହଂଚି ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ।