କନକ ବ୍ୟୁରୋ :  ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାବାଙ୍କ ନିକଟରେ ଜଳାଭିଷେକ ପାଇଁ ଶହ ଶହ କାଉଡିଆଙ୍କ ଭିଡ । କାନ୍ଧର ପାଣି ଭାର ଆଣି ବାବା ଚନ୍ଦେଶ୍ୱରଙ୍କୁ ଲାଗି କରିବା ପୀଠରେ ଗହଳି ଲଗାଇଛନ୍ତି । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Advertisment

ଭକ୍ତଙ୍କ ଯିବା ଆସିବା ପାଇଁ ଚନ୍ଦନେଶ୍ୱର ପୋଷ୍ଟ ଅଫିସ ଛକରୁ ବ୍ୟାରିକେଡ ନିର୍ମାଣ କରାଯାଇଛି । ଜଳାଭିଷେକ ପାଇଁ ଜଳେଶ୍ୱର-ଚନ୍ଦନେଶ୍ୱର ଓ ଦୀଘା ଚନ୍ଦନେଶ୍ୱର ରାସ୍ତାରେ ଭିଡ ବଢିବାରେ ଲାଗିଛି । ସୁବର୍ଣ୍ଣରେଖା, ଜଳକା, ବୁଢାବଳଙ୍ଗ ଓ ପଶ୍ଚିମବଙ୍ଗର ଚମ୍ପା ନଦୀର ବିଭିନ୍ନ ଘାଟର ଜଳାଶୟରୁ କାଉଡିଆମାନେ ପାଣି ଆଣି ପୀଠକୁ ଆସୁଛନ୍ତି ।