ଖାକିରେ ଗଞ୍ଜେଇ ଦାଗ : ଗଞ୍ଜେଇ ଚୋରାଚାଲଣ ବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ

୨ଟି ଟ୍ରକରେ ବାହାର ରାଜ୍ୟକୁ ଯାଉଥିଲା ସବୁଜ ଜହର; ପୋଲିସ କର୍ମଚାରୀଙ୍କ ସହ ୫ ମାଫିଆ ଗିରଫ

51

କନକ ବ୍ୟୁରୋ : ପୁଣି ଖାକିରେ ଲାଗିଲା ଦାଗ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ ପୋଲିସ କର୍ମଚାରୀ । ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଜୟପୁର ସଦର ଥାନା ପୋଲିସ । ୨ଟି ଟ୍ରକରେ ଚାଲାଣ ହେଉଥିଲା ଗଞ୍ଜେଇ । ପୋଲିସ କର୍ମଚାରୀ ସହ ୫ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ ।