କନକ ବ୍ୟୁରୋ : ହୁତୁ ହୁତୁ ହୋଇ ଜଳୁଛି ମଧ୍ୟପ୍ରଦେଶର ସତପୁରା ସ୍ଥିତ ଏକ ସରକାରୀ କୋଠା । ସୋମବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟଙ୍କର ଆକାର ଧାରଣ କରିଛି ଯେ, ରାଜ୍ୟ ଅଗ୍ନିଶମ ବିଭାଗ ଏହାକୁ ଏପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିନଥିଲା । ଏହାପରେ ନିଆଁ ଲିଭାଇବା ପାଇଁ ସେନାର ସହାୟତା ନେଇଛନ୍ତି ଶିବରାଜ ସରକାର । କୋଠାର ତୃତୀୟ ମହଲାରେ ଥିବା ଆଦିବାସୀ କଲ୍ୟାଣ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିଲା ।

Advertisment

ଏହା ପରେ କୋଠାର ଅନ୍ୟ ମହଲାକୁ ନିଆଁ ବ୍ୟାପିଥିଲା । ବିଳମ୍ବିତ ରାତି ଯାଏ ନିଆଁ ଆୟତ୍ତ ହୋଇନଥିଲା । ରାତିରେ ଘଟଣାସ୍ଥଳରେ ଦମକଳ ବାହିନୀ ଓ ସେନା ବିଶେଷଜ୍ଞ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇ ନିଆଁ ଲିଭାଇବା ପାଇଁ ବାୟୁସେନାର ସହାୟତା ଲୋଡ଼ିଛନ୍ତି । ଯାହା ପରେ ପ୍ରତିରକ୍ଷା ମନ୍ତ୍ରୀ ଏଥିପାଇଁ ବାୟୁସେନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ ।