କନକ ବ୍ୟୁରୋ : ବିହାରର ପାଟନା ରେଳ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରୁ ୧୨ ଜଣଙ୍କୁ ଆଇସିୟୁରେ ରହିଛନ୍ତି । ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେପଟେ ଅଗ୍ନିସମ ବିଭାଗର ଅଧିକାରୀ କହିଛନ୍ତି କି, ହୋଟେଲରେ ସୁରକ୍ଷା ନିୟମର ପାଳନ ହେଉନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପାଟନା ଅଗ୍ନିସମ ବିଭାଗର ମହାନିର୍ଦ୍ଦେଶକ ଶୋଭା ଓହେକକର କହିଛନ୍ତି କି, ନିଆଁକୁ ଆୟତ କରାଯାଇଛି ।

Advertisment

ସୂଚନା ମୁତାବକ ପାଟନା ଷ୍ଟେସନ ନିକଟରେ ଥିବା ପାଲ ହୋଟେଲରେ ନିଆଁ ଲାଗିବା ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚିଥିଲେ ଅଗ୍ନିସମ ବିଭାଗ । ଏତେବଡ ହୋଟେଲରେ ଲାଗିଥିବା ନିଆଁକୁ ଆୟତ କରିବାକୁ ଅଗ୍ନିସମ ବିଭାଗ ବହୁ ପରିଶ୍ରମ କରିବାକୁ ପଡିଥିଲା ।