ଅଧା ଦାମରେ ମିଳୁଛି ବାଇକ୍ ! ବିଏସ୍ ଥ୍ରୀ ଯାନ ବିକ୍ରି ନିଷେଧ ପରେ କଂପାନୀମାନଙ୍କର ଅଫର ବର୍ଷା

129

କନକ ବ୍ୟୁରୋ : ବିଏସ-ଥ୍ରୀର ପ୍ରଭାବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବାଇକ୍ ବାଜରରେ ଚଡକ । ବିଏସଥ୍ରୀ ଇଂଜିନ ଗାଡି ରେଜିଷ୍ଟ୍ରସନ୍ ପାଇଁ ଥିବା ଡେଡଲାଇନ୍ ଆଜି ସରୁଛି । ଯାହାର ପ୍ରଭାବରେ ବଜାରରେ ପାଖାପାଖି ଅଧା ଦାମରେ ମିଳୁଛି ବାଇକ୍ । ବିଏସ୍ ଥ୍ରୀ ଯାନ ବିକ୍ରି ନିଷେଧ ପରେ ଶସ୍ତାରେ ଗାଡି ବିକୁଛନ୍ତି କଂପାନୀ । ମୋଟରଯାନ ନିର୍ମାତା କଂପାନୀ ଗାଡି ଉପରେ ଅଫର ବର୍ଷା କରୁଛନ୍ତି । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତିରେ ଗାଡି ଦେଉଛନ୍ତି କଂପାନୀ ।

ରାଜ୍ୟର ବିଭିନ୍ନ ସହରରେ ଷ୍ଟକ୍ ଶେଷ ହେବା ସହ ଶୋରୁମ୍ ଖାଲି ହୋଇଗଲାଣି । ବିଏସ୍ ଥ୍ରୀ ଯାନ ବିକ୍ରି ନିଷେଧ ପରେ ହିରୋ, ବଜାଜ୍, ହୋଣ୍ଡା, ଟିଭିଏସ୍ ସବୁ କଂପାନୀ ବଡ ଅଫର ଦେଉଛନ୍ତି । କାଲିଠାରୁ ଆଉ ବିକ୍ରି ଓ ରେଜିଷ୍ଟ୍ରେସନ୍ ହୋଇପାରିବନି ବିଏସ୍ ଥ୍ରୀ ଗାଡି । ଏପ୍ରିଲ୍ ପହିଲାରୁ କେବଳ ପରିବେଶ ଅନୁକୂଳ ବିଏସ୍ ଫୋର୍ ଗାଡି ବିକ୍ରି ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ପୁରୁଣା ଗାଡି ବିକ୍ରି ଓ ଚଳାଚଳ ଉପରେ ନାହିଁ କିଛି ବି କଟକଣା ।