ଦିନକ ପରେ ଲାଗିବ ଲକଡାଉନ୍ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ୧୪ଦିନ ପାଇଁ ମଦ ବୋହିନେଲେ ମହିଳା ଓ ପୁରୁଷ ।

ଦିନକ ପରେ ଲାଗିବ ଲକଡାଉନ୍ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ୧୪ଦିନ ପାଇଁ ମଦ ବୋହିନେଲେ ମହିଳା ଓ ପୁରୁଷ ।

କନକ ବ୍ୟୁରୋ : ଦିନକ ପରେ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଆଉ ତା ପୂର୍ବରୁ ମଦ ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଛି । ରାଜଧାନୀର ବିଭିନ୍ନ ଫରେନ ଲିକର ସପ ଆଗରେ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ୧୪ ଦିନିଆ ଲକଡାଉନ ପାଇଁ ମଦ ନିଶାରେ ଚୁର ହେବା ପାଇଁ ଭିଡ ଜମାଇଛନ୍ତି ।

ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ରହିଛି । ତେଣୁ ୧୪ ଦିନ ଚଳିବା ପାଇଁ ମଦ କିଣିବାକୁ ଲୋକଙ୍କ ଭିଡ ଜମିଛି । ଲୋକେ ବୋତଲ ବୋତଲ ମଦ ଘରକୁ ବୋହି ନେଉଥିବା ଦେଖିବାକୁ ମିଳିଛି । ହେଲେ ମଦ କେବଳ ପୁରୁଷ କିଣୁଛନ୍ତି ତା ନୁହେଁ, ମହିଳାମାନେ ମଧ୍ୟ ମଦ କିଣୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe