କନକ ବ୍ୟୁରୋ : ଦିନକ ପରେ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଆଉ ତା ପୂର୍ବରୁ ମଦ ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଛି । ରାଜଧାନୀର ବିଭିନ୍ନ ଫରେନ ଲିକର ସପ ଆଗରେ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ୧୪ ଦିନିଆ ଲକଡାଉନ ପାଇଁ ମଦ ନିଶାରେ ଚୁର ହେବା ପାଇଁ ଭିଡ ଜମାଇଛନ୍ତି ।
ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ରହିଛି । ତେଣୁ ୧୪ ଦିନ ଚଳିବା ପାଇଁ ମଦ କିଣିବାକୁ ଲୋକଙ୍କ ଭିଡ ଜମିଛି । ଲୋକେ ବୋତଲ ବୋତଲ ମଦ ଘରକୁ ବୋହି ନେଉଥିବା ଦେଖିବାକୁ ମିଳିଛି । ହେଲେ ମଦ କେବଳ ପୁରୁଷ କିଣୁଛନ୍ତି ତା ନୁହେଁ, ମହିଳାମାନେ ମଧ୍ୟ ମଦ କିଣୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/LOCKDOWN.png)