ଆସନ୍ତାକାଲି ସାବିତ୍ରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ବଜାରରେ ସାମଗ୍ରୀ କିଣିବାକୁ ନାହିଁ ନଥିବା ଭିଡ; ଲୋକ ମାନୁନାହାନ୍ତି ସାମାଜିକ ଦୂରତା

763

କନକ ବ୍ୟୁରୋ : ଆସନ୍ତାକାଲି ସାବିତ୍ରୀ ବ୍ରତ । ତେବେ ଏଥର କରୋନା କାରଣରୁ ସାବିତ୍ରୀ ସେତେ ଧୁମଧାମରେ ପାଳନ ହୋଇପାରିବ ନାହିଁ । ତେବେ ସାବିତ୍ରୀ ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖିବାକୁ ମିଳିଛି ଭିଡ । ନୟାଗଡରେ ବଜାରରୁ ସାବିତ୍ରୀ ସାମଗ୍ରୀ କିଣିବା ସମୟରେ ଏପରି ରହିଥିଲା ଭିଡ । ଲାଗିବ ଯେପରି କରୋନା ଭୟ ଚାଲିଗଲାଣି ।

ସେହିପରି ବଲାଙ୍ଗୀର ଓ ପାରଳା ଖେମୁଣ୍ଡିରେ ବି ଦେଖିବାକୁ ମିଳିଛି ସମାନ ଅବସ୍ଥା । ସାବିତ୍ରୀ ପାଇଁ ବିଶେଷ କରି ଫଳ ବଜାରରେ ଦର ଉଚ୍ଚା ରହିଛି । ଏହା ପରେ ବି କରୋନା କାଳରେ ଫଳ ମୂଳ କିଣିବାକୁ ଫଳ ବଜାର ଗୁଡିକରେ ଏପରି ଲାଗି ରହିଛି ଭିଡ । ସେହିପରି ଲୁଗା ଦୋକାନରେ ବି ପ୍ରବଳ ଗହଳି । କରୋନା ସଂକ୍ରମଣ ରାଜ୍ୟରେ କମୁଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ନିୟମ ଗୁଡିକୁ ଉପହାସ କରିବା ପରି ମନେହେଉଛି । ବର୍ତମାନ କରୋନା କାଳରେ ଜୀବନ ବଂଚିବା ଜରୁରୀ, ଜୀବିକା ବି ଜରୁରୀ । ତା ସହିତ ସାମାଜିକ କାଯ୍ୟ ବି ଜରୁରୀ । ତେବେ ସବୁ କିଛିକୁ କରୋନା କଟକଣା ଭିତରେ କରାଗଲେ ତାହା ହୁଏତ ସମସ୍ତଙ୍କ ପାଇଁ ଲାଭଦାୟକ ହୁଅନ୍ତା ।