ଦିନକ ପରେ ଲାଗୁ ହେବ ଲକଡାଉନ : କଟକଣା ପୂର୍ବରୁ ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି; କୋଭିଡ କଟକଣାକୁ ଫୁ

294

କନକ ବ୍ୟୁରୋ : ଦିନକ ପରେ ସାରା ରାଜ୍ୟରେ ଲାଗୁହେବ ୧୪ ଦିନିଆ ଲକଡାଉନ୍ । ଲକଡାଉନ ପୂର୍ବରୁ ସଉଦାପତ୍ର କିଣିବାକୁ ବଜାରରେ ଲାଗିଛି ପ୍ରବଳ ଭିଡ । ରାସନ ଦୋକାନ, ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି । ଆସନ୍ତା ବୁଧବାର ଠାରୁ ସାରା ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ସେଇଥି ପାଇଁ ଲୋକେ ସଉଦାପତ୍ର କିଣିବାକୁ ଭିଡ ଜମାଇଛନ୍ତି । ଲକଡାଉନ ପୂର୍ବରୁ ସମସ୍ତ ପ୍ରକାର ସଉଦାପତ୍ର କିଣି ଘରେ ମହଜୁଦ ରଖିବାକୁ ଚାହୁଁଛନ୍ତି ଲୋକ ।

ଯଦିଓ ଲକଡାଉନ ସମୟରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି । ଲକଡାଉନ ଲାଗୁ ହେବା ପରେ ସଉଦା ପତ୍ରର ଅଭାବ ହୋଇପାରେ, ଦରଦାମ ମଧ୍ୟ ବଢିଯାଇପାରେ, ଏଭଳି ଆଶଙ୍କା କରି ଲୋକେ ଅଧିକ କିଣାକିଣି କରୁଛନ୍ତି । ଆଉ ବଜାରରେ ବହୁ ଲୋକଙ୍କ ଗହଳି ସଂକ୍ରମଣ ଆଶଙ୍କାକୁ ଆହୁରି ବଢାଇ ଦେଇଛି । ବଜାରରେ ସଉଦା ପାଇଁ ଲୋକେ ଜମାଇଥିବା ଏହି ଭିଡ ସମାଜ ପାଇଁ ବେଶ କ୍ଷତିକାରକ ।

କିଣାକିଣି କରିବାକୁ ଆସି, ଭିଡରେ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଗୋଟିଏ ପଟେ କରୋନା ଚେନ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ହେଲେ ଲୋକେ ବଜରାର ପ୍ରବଳ ଭିଡ ଜମାଇ କେବଳ କୋଭିଡ ନିୟମ ଉଲ୍ଲଂଘନ କରୁଛନ୍ତି ତା ନୁହେଁ, ବରଂ ବଜାରକୁ ଆସି ନିଜେ ସଂକ୍ରମିତ ହୋଇ ପରିବାର ଲୋକଙ୍କୁ ମଧ୍ୟ ସଂକ୍ରମିତ କରିବା ଆଶଙ୍କା ରହିଛି ।