ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବାହାରେ ଭୀଷଣ ଭିଡ ; ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବାହାରେ ଭୀଷଣ ଭିଡ ; ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କନକ ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣିବେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆଶାରେ ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଭିଡ଼ ଜମିଛି। ପୁରୁଣା ସରକାର ସମୟରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଠ ବନ୍ଦ ହୋଇଥିଲା। ଫଳରେ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇପାରୁନଥିଲା। ଏବେ ନୂଆ ସରକାର ଆସିବା ପରେ ପୁଣି ଥରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରୁଛନ୍ତି ମୁଖ୍ୟମନ୍ତ୍ରୀ।

ଜନଶୁଣାଣି ପାଇଁ ଲୋକଙ୍କ ଭିଡ଼ ଜମିଛି। ପୂର୍ବାହ୍ନ ୧୧ରୁ ଆରମ୍ଭ ହେବ ଜନ ଶୁଣାଣି। ଏଥିପାଇଁ ଆଜି ସକାଳ ୮ଟାରୁ ଦିନ ୧୨ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ୟ୍ୟାଳୟରେ ପଞ୍ଜୀକରଣ ହେବ। ଏଥି ପାଇଁ ଆଗ୍ରହୀ ବ୍ୟକ୍ତି ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇ ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe