କନକ ବ୍ୟୁରୋ : ରାଜଧାନୀରେ ଚାଲିଛି ଆଦିବାସୀ ମେଳା । ସୁନାବେଡା ଷ୍ଟ୍ରବେରୀ ଷ୍ଟଲରେ ସବୁଠୁ ଅଧିକ ଭିଡ ଦେଖିବାକୁ ମିଳିଛୁ । ୨୧୦ ଗ୍ରାମ ଷ୍ଟ୍ରବେରୀକୁ ୫୦ ଟଙ୍କାରେ କିଣୁଛନ୍ତି ଲୋକେ । ପ୍ରଥମ ଥର ଏହି ଷ୍ଟ୍ରବେରୀ ଚାଷ କରୁଛନ୍ତି ସୁନାବେଡାର ଚାଷୀ । ଥଣ୍ଡା ଅଞ୍ଚଳରେ ବଢୁଥିବା ଏହି ଚାଷ ଚାଷୀଙ୍କୁ ଭଲ ଲାଭ ଦେଉଛି । ଏହା ପୂର୍ବରୁ ନୂଆପଡ଼ା ପଲ୍ଲିଶ୍ରୀ ମେଳାରେ ଷ୍ଟ୍ରବେରୀ ଷ୍ଟଲ ଲାଗିଥିଲା । ସେଠାରେ ପାଖାପାଖି ଏକ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ ଚାଷୀ ।

Advertisment