କନକ ବ୍ୟୁରୋ : ବଜାରରେ ଅସମ୍ଭାଳ ଭିଡ । ଦୁଇ ଦିନ ସଟଡାଉନ ବନ୍ଦ ପରେ ମାର୍କେଟ ଖୋଲିଥିବାରୁ ଆଜି ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପରିବା ଦୋକାନଠାରୁ ଆରମ୍ଭ କରି ସବୁଠି ଭିଡ ଲଗାଇଛନ୍ତି ଲୋକେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀର ବିଭିନ୍ନ ସହରରେ ଏଭଳି ଭିଡ ଲଗାଇଥିଲେ ଲୋକେ । କେବଳ ବଜାରରେ ନୁହେଁ ରାସ୍ତାରେ ବି ଲୋକଙ୍କ ଯାତାୟତ ବଢ଼ି ଯାଇଥିଲା । ଏହି ଦୃଶ୍ୟ ଦେଖିଲେ ଲାଗୁଥିଲା ଯେମିତି କରୋନା ଚାଲି ଗଲାଣି ।

Advertisment

ସଂକ୍ରମଣ ହାର ଏବେ ବି ଅଧିକାଂଶ ସ୍ଥାନରେ ଅଧିକ ରହିଛି । ଲକଡାଉନ କଟକଣା ଜାରି ରହିଛି । ଲୋକମାନେ କଟକଣାକୁ ନମାନିଲେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କରୋନା କଟକଣାକୁ ମାନିବାକୁ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଉଛି । ଅମାନିଆଙ୍କଠାରୁ ଫାଇନ ବି ଆଦାୟ ହେଉଛି । ତଥାପି ଅମାନିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ ।