ଆଜି ମହାଶିବରାତ୍ରୀ । ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ପ୍ରତି ଶିବାଳୟ । ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ ।

122

କନକ ବ୍ୟୁରୋ: ଆଜି ଜାଗର । ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ପରିବେଶ । ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତିି ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କମିସନରେଟ୍ ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ୪ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ୫ ଅତିରିକ୍ତ ଡିସିପି, ୧୪ ଏସିପି, ୨୧ଜଣ ଆଇଆଇସି, ୮୪ ଜଣ ଏସ୍ଆଇ ଓ ଏଏସଆଇ ଓ ୯୩ ସେକ୍ସନ୍ ଫୋର୍ସଙ୍କ ଉପରେ ରହିବ ଜାଗର ସୁରକ୍ଷା ବ୍ୟବସ୍ଥା ।