ଆଠଗଡ଼ ଟିକା କେନ୍ଦ୍ରରେ ପୁଣି ଠେଲାପେଲା : ମାତ୍ର ୧୨୦ ଟିକାକୁ ଶହ ଶହ ହିତାଧିକାରୀ

Advertisment
ଆଠଗଡ଼ ଟିକା କେନ୍ଦ୍ରରେ ପୁଣି ଠେଲାପେଲା : ମାତ୍ର ୧୨୦ ଟିକାକୁ ଶହ ଶହ ହିତାଧିକାରୀ

କନକ ବ୍ୟୁରୋ : ସଂକ୍ରମଣ ରୋକିବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଟିକାକରଣକୁ ନେଇ ଆସିଛି ଅଭାବନୀୟ ଚିତ୍ର । କଟକ ଆଠଗଡ଼ ଅଂଚଳରେ ଟିକା ପାଇଁ ଚାଲିଛି ଠେଲାପେଲା । ମାତ୍ର ୧୨୦ ଟିକା ରହିଥିବା ବେଳେ ଟିକା ପାଇଁ ଶହ ଶହ ଲୋକ ଲଗାଇଛନ୍ତି ଲାଇନ୍ । ସକାଳୁ ଆଧାର କାର୍ଡ ଧରି ଲୋକେ ଟିକାକରଣ କେନ୍ଦ୍ରରେ ଲାଇନ ଲଗାଇଛନ୍ତି ।

ଗତକାଲି ଏଭଳି ଭିଡ଼ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଲାଇନ କରି ଠିଆ ହେବାରେ ଅସୁବିଧା ହେଉଥିବାରୁ ଆଧାର କାର୍ଡ ମାଧ୍ୟମରେ ଲାଇନ ଲଗାଉଛନ୍ତିି । ଆଠଗଡ଼ ବ୍ଲକ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଭିଡ଼ ଦେଖିବାକୁ ମିଳିଛି । ଟିକାର ଏଠାରେ ଆବଶ୍ୟକତା ଅଧିକ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଲୋକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe