କନକ ବ୍ୟୁରୋ : କନ୍ନଡ ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’ର କ୍ରେଜ୍ ଏତେମାତ୍ରାରେ ବଢିଯାଇଛି ଯେ, ଦର୍ଶକ ଏହାର ମୁକ୍ତିଲାଭ ଦିନକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି । ରକି ଭାଇଙ୍କ ଡାଇଲଗ୍ ‘ଭାଓଲେନ୍ସ...ଭାଓଲେନ୍ସ..ଭାଓଲେନ୍ସ’ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ‘କେଜିଏଫ୍ ଚାପ୍ଟର-୨’ ଏପ୍ରିଲ ୧୪ରେ ରିଲିଜ୍ ହେବ । ସବୁଠାରୁ ବଡ କଥା ହେଉଛି, ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି । ମାତ୍ର ୧୨ଘଣ୍ଟା ମଧ୍ୟରେ ‘କେଜିଏଫ୍ ଚାପ୍ଟର-୨’ ଆଡଭାନ୍ସ ବୁକିଂ ମାଧ୍ୟରେ ଏକ ଲକ୍ଷ ୭ହଜାର ଟିକଟ ବିକ୍ରି ହୋଇଛି । ଏ ଟିକେଟ୍ ଗୁଡିକର ମୂଲ୍ୟ ପାଖାପାଖି ୩.୩୫ କୋଟି ଟଙ୍କା ହେବ । ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂ ମାଧ୍ୟରେ ଏହା ୧୫ରୁ ୧୭କୋଟି ଟଙ୍କା ଆୟ କରିବା ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ବକ୍ସ ଅଫିସରେ 'ଆରଆରଆର' ବେଶ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମ ଅନ୍ୟ ଫିଲ୍ମ ଗୁଡିକୁ ବେଶ୍ ପଛରେ ପକାଇ ଦେଇଛି । ତେବେ ‘କେଜିଏଫ୍ ଚାପ୍ଟର-୨’ ରିଲିଜ୍ ହେବା ପରେ 'ଆରଆରଆର' ସହିତ ଏହାର କଡା ଟକ୍କର ହେବ । ‘କେଜିଏଫ୍ ଚାପ୍ଟର-୧’ ରୁ ଦର୍ଶ ବହୁ ମାତ୍ରା ପସନ୍ଦ କରିଥିଲେ । ‘କେଜିଏଫ୍ ଚାପ୍ଟର-୨’ରେ ସଞ୍ଜୟ ଦତ୍ତ ଖଳନାୟକ ଅଧିରା ଭୂମିକାରେ ନଜର ଆସିବେ । ସେହିଭଳି ରବିନା ଟଣ୍ଡନ ପ୍ରଧାନମନ୍ତ୍ରୀ ଭାବେ ନଜର ଆସିବେ । ‘କେଜିଏଫ୍ ଚାପ୍ଟର-୨’ ଡଭାନ୍ସ ବୁକିଂକୁ ଦେଖି ପ୍ରଥମ ଦିନରେ ଏହା ଆୟ ମାମଲାରେ ବହୁ ସୁପରହିଟ୍ ଫିଲ୍ମକୁ ପଛରେ ପକାଇ ଦେଇପାରେ ବୋଲି ଆଶା କରାଯାଉଛି । ଏହା ହିନ୍ଦୀ, କନ୍ନଡ, ତାମିଲ୍, ତେଲୁଗୁ ଓ ମାଲାୟାଲମ୍ ଭାଷାରେ ରିଲିଜ୍ କରାଯିବ ।