ଜୟପୁର ଲାର୍ଟିନ ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ! କେଉଁଠୁ ଆସିଲା, କିଏ ରଖିଛି ତାକୁ ନେଇ ସସପେନ୍ସ

Advertisment
ଜୟପୁର ଲାର୍ଟିନ ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ! କେଉଁଠୁ ଆସିଲା, କିଏ ରଖିଛି ତାକୁ ନେଇ ସସପେନ୍ସ

କନକ ବ୍ୟୁରୋ: କୋରାପୁଟ ଜୟପୁରର ପାଇଖାନା ଟାଙ୍କିରୁ ବ୍ୟାପକ ଗୁଳିଗୋଳା ଜବତ ହୋଇଛି । ଏହି ଗୁଳି କେଉଁଠୁ ଆସିଲା ଓ କିଏ ରଖିଥିଲା ସେ ନେଇ କିଛି ସୂଚନା ମିଳିଛିନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । ଡିଆଇସି ଅଫିସ ନିକଟ ଲାଟିନ ଟାଙ୍କିରୁ ଏହି ଗୁଳିଗୋଳା ଜବତ ହୋଇଛି ।

publive-imageପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ଜିଲ୍ଲା ଶିଳ୍ପଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ପାଇଖାନା ସଫା କରିବାକୁ ଆସିଥିବା କେତେକ ସଫେଇ କର୍ମଚାରୀ ଭିତରେ ଏକ ପ୍ଲାଷ୍ଟିକ୍ ଡବା ଭିତରେ କିଛି ଗୁଳି ଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେହି ପ୍ଲାଷ୍ଟିକ ଡବାରୁ ପ୍ରାୟ ୧ ହଜାରରୁ ଅଧିକ ଗୁଳି ଜବତ କରିଛି ।

publive-imageଏହି ଗୁଳି ଇଂଲଣ୍ଡର ତିଆରି ହୋଇଥିବା ଏଥିରେ ଉଲ୍ଲେଖ ରହିଛି। ପୁଲିସ ସୂଚନା ଅନୁଯାୟୀ, ଜୟପୁର ରାଜବାଟୀରୁ ପ୍ରାୟ ୩୦ ବର୍ଷ ତଳେ ଚୋରି ହୋଇଥିବା ଗୁଳି ସହିତ ଏହି ଗୁଳିର ସମ୍ପର୍କ ଥାଇପାରେ । ତେବେ ଏ ନେଇ ତଦନ୍ତ ଜାରି ରହିଛି । ଗୁଳି ଏଠାକୁ କିପରି ଆସିଲା ଓ କିଏ ଆଣିଲା ସେ ନେଇ ତଦନ୍ତ କରାଯିବା ସହିତ ଏହି ବ୍ରିଟିଶ ଅମଳର ଗୁଳି ସମ୍ପର୍କରେ ମଧ୍ୟ ଫୋରେନସିକ୍ ଯାଞ୍ଚ କରାଯିବ ବୋଲି ପୁଲିସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe