କଟକ ରେଳ ଷ୍ଟେସନରେ ଟଙ୍କା ଭର୍ତ୍ତି ବ୍ୟାଗ ଠାବ : ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

268

କନକ ବ୍ୟୁରୋ : କଟକ ରେଳ ଷ୍ଟେସନରୁ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍ । ୪ଟି ବ୍ୟାଗରେ ୨୦ ଲକ୍ଷରୁ ଅଧିକ ୧୦ ଓ ୨୦ ଟଙ୍କିଆ ନୋଟ୍ ଜବତ ହୋଇଛି । ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ନିଆଯାଉଥିବା ବେଳେ କଟକରେ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ କରିଛି ଆରପିଏଫ । ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଏତେ ଟଙ୍କା କେଉଁଆଡ଼େ ନେଇଯାଉଥିଲେ ସେନେଇ ବ୍ୟକ୍ତି ଜଣକ ସଠିକ୍ ଉତର ଦେଇନପାରିବାରୁ ଟଙ୍କା ବ୍ୟାଗକୁ ଜବତ କରାଯାଇଛି । କୁହାଯାଉଛି ଜବତ ହୋଇଥିବା ଏହି ୧୦ ଓ ୨୦ ଟଙ୍କିଆ ନୋଟକୁ ଏକ ବିବାହ ଉତ୍ସବରେ ମାଳ କରିବା ପାଇଁ ଦିଲ୍ଲୀ ନିଆଯାଉଥିଲା ।