କନକ ବ୍ୟୁରୋ : ପୋକ ସାଲୁବାଲୁ ଆଚାର । ଅପମିଶ୍ରିତ ଆଚାର ଓ ସସ କାରଖାନା ଉପରେ ଚଢାଉ । ଏଥର ଭୁବନେଶ୍ୱର ଉପକଣ୍ଠ ପାହାଳ ଅଂଚଳରେ ଅପମିଶ୍ରିତ ଆଚାର ଓ ସସ କାରଖାନାରେ ଚଢାଉ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସ । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଆଚାର ଜବତ କରାଯାଇଛି । ଆଚାରରେ ପୋକ ଲାଗିଯାଇଛି । କାରଖାନାରେ ନିମ୍ନମାନର ଆଚାର ଓ ସସ ତିଆରି ହେଉଥିଲା ।

Advertisment

ବଜାରରେ ଏହି ଅପମିଶ୍ରିତ ଆଚାର ଓ ସସକୁ ଚଢା ଦରରେ ବିକ୍ରି କରୁଥିଲେ । ଲଙ୍କା ଆଚାର, ଆମ୍ବ ଆଚାର ପରି ବିଭିନ୍ନ ପ୍ରକାର ନିମ୍ନମାନର ଆଚାର ଏଠାରେ ତିଆରି କରୁଥିଲେ । ରାଜ୍ୟର ଗତ କିଛି ଦିନ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢାଉ ଜାରି ରହିଛି । ପ୍ରଥମେ କଟକ ପରେ ଭୁବନେଶ୍ୱର, ସମ୍ବଲପୁର, ଯାଜପୁର ଅଂଚଳରେ ନକଲି କାରଖାନା ଠାବ ହୋଇଛି ।