ବଦଳିପାରେ ୟୁପିଏର ନାଁ, ସାବରକରକୁ ନେଇ ସମସ୍ତେ ଚୁପ୍…ବେଙ୍ଗାଲୁରୁରେ ବିରୋଧୀ ଏକତାର ଭିତିରି କଥା ।

248

କନକ ବ୍ୟୁରୋ: କଂଗ୍ରେସ ନେତୃତ୍ୱରେ ଆଜି ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ବୈଠକ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର କହିବା କଥା ଯେ ଏହି ବୈଠକ ଭାରତର ରାଜନୀତି ପାଇଁ ଗେମଚେଞ୍ଜର ସାବ୍ୟସ୍ଥ ହେବ । ସୂଚନା ଅନୁସାରେ, କଂଗ୍ରେସର କହିବା କଥା ଯେ ବିରୋଧୀ ଦଳର ନାମ ୟୁପିଏ ରଖାଯାଉ କିମ୍ବା ଅନ୍ୟ କିଛି ରଖାଯାଉ ତାହାର ନିଷ୍ପତ୍ତି ଅନ୍ୟ ବିରୋଧୀ ଦଳଙ୍କ ଉପରେ ଛାଡିଦିଆଯାଉ । କଂଗ୍ରେସକୁ ଏଥିରେ କୌଣସି ଆପତ୍ତି ନାହିଁ ।

କଂଗ୍ରେସର କହିବା କଥା ଯେ ଏହି ମେଣ୍ଟର ମୁଖ୍ୟ ଦଳ କଂଗ୍ରେସ ହେଉ କାରଣ ସେ ସବୁଠାରୁ ବଡ ଦଳ । ବାକି ବିରୋଧୀ ଦଳ ଉପରେ ନିର୍ଭର କରେ ଯେ ସେ କାହାକୁ ବାଛିବେ । ସୋନିଆ ଗାନ୍ଧୀଙ୍କ ନାଁକୁ ନେଇ କୌଣସି ପ୍ରକାରର ଅଭିଯୋଗ ନାହିଁ । ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ନଥିବା ବେଳେ ଏହି ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତିି । ଗତ ବୈଠକରେ କିଛି ଦଳ ପକ୍ଷରୁ ନୀତିଶ କୁମାରଙ୍କୁ ମେଣ୍ଟର ସଂଯୋଜକ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।