କନକବ୍ୟୁରୋ: ଇସ୍ରାଏଲ ଉପରେ ଇରାନର ଘନ ଘନ କ୍ଷେପଣାସ୍ତ୍ର ମାଡ଼ ଓ ଡ୍ରୋନ ଆକ୍ରମଣ । ହାଇ ଆଲର୍ଟ ମୋଡରେ ଆଇଡିଏଫ, ଇସ୍ରାଏଲର ସମସ୍ତ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ପରେ ପ୍ରତିଶୋଧ ନେଇଛି ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ଇରାନ ପକ୍ଷରୁ ଭିଡ଼ିଓ ବିବୃତି ଜାରି କରାଯାଇଛି ।
ବର୍ତ୍ତମାନ ର ସୂଚନା ଅନୁଯାୟୀ ଇରାନ ଅଧିକରୁ ଅଧିକ ମିଶାଇଲ ବ୍ୟବହାର କରିବା ସହ ଆହୁରି ୨୦୦ରୁ ଅଧିକ ଡ୍ରୋନ ଯୁଦ୍ଧରେ ଲଗାଇଥିବା ସୂଚନା ରହିଛି । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ଅଂଟା ଭିଡିଥିବା ବେଳେ ଆଗକୁ ଯୁଦ୍ଧ ପରିସ୍ଥିତି ଆହୁରି ଘନେଇବା ନେଇ ଆଶଙ୍କା ଦେଖାଦେଇଛି ।
ଇରାନର ଆକ୍ରମଣ ପରେ ଇସ୍ରାଏଲ ସେନା ଏହାର କିପରି ଜବାବ ଦେଉଛି ତା ଉପରେ ପୁରା ବିଶ୍ୱର ନଜର ରହିଥିବା ବେଳେ ଦୁଇ ସପ୍ତାହ ତଳେ ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ଇସ୍ରାଏଲର ଆକ୍ରମଣରେ ଇରାନର ବରିଷ୍ଠ ସେନା ଅଧିକାରୀ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯୁଦ୍ଧ ଘୋଷଣା କରିଥିଲା ଇରାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/iran-israil.jpg)