ଲୋକସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ । ଗଣତନ୍ତ୍ରର ଏହି ମହାନପର୍ବରେ ନିଜକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ।

127

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଭୋଂଟି ପ୍ରକିୟା । ଲୋକସଭା ନିର୍ବାଚନରେ ଆଜି ମତଦାନ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ । ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟାନ୍ତ ଚାଲିବ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି । ନିଜର ବହୁମୂଲ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିବା ସହ ଗଣତନ୍ତ୍ରର ଏହି ଏହି ମହାନପର୍ବରେ ନିଜକୁ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।

‘ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଜିଠାରୁ ଆରମ୍ଭ ହେଉଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନ ପାଇଁ ଭୋଟ୍ ଦିଆଯିବ। ମୁଁ ଏହି ସମସ୍ତ ଆସନଗୁଡିକର ଭୋଟରମାନଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ୍ ବ୍ୟବହାର କରିବାକୁ ଏବଂ ଏକ ନୂତନ ଭୋଟ୍ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରୁଛି । ମୋର ଯୁବ ବନ୍ଧୁମାନଙ୍କୁ ମୋର ଏକ ବିଶେଷ ନିବେଦନ ଅଛି ଯେଉଁମାନେ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଛନ୍ତି, ସେମାନେ ବହୁ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ।

ସୁଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୬,୬୩ରୁ ଅଧିକ ଭୋଟର ଅଛନ୍ତି । ସେଥିମଧ୍ୟରୁ ୮,୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା ଭୋଟର ଅଛନ୍ତି । ୩୫,୬୭ କୋଟି ଭୋଟର ପ୍ରଥମ ଥର ପାଇଁ ନିଜର ମତଦାନ କରିବେ । ଏଥିପାଇଁ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ରାଜସ୍ଥାନର ୧୨, ୟୁପିର ୮, ଉତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ହେବ ।

ସେହିପରି ପଶ୍ଚିମବଙ୍ଗର୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜିତେନ୍ଦ୍ର ସିଂହ, ଚିରାଗ ପାଶୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି ।