ଗରିବ ଯୁବକଙ୍କ ସଫଳ କାହାଣୀ, ସ୍ୱପ୍ନ ପୁରଣ କରି ବନିଲେ ଆଇଏଏସ,କହିଲେ ଯଦି କଠିନ ପରିଶ୍ରମ ଏବଂ ନିଷ୍ଠା ଅଛି ତେବେ ଗନ୍ତବ୍ୟସ୍ଥଳ ଦୂର ନୁହେଁ ।

496

କନକ ବ୍ୟୁରୋ :କଥାରେ ଅଛି ବେଳେବେଳେ ଇଚ୍ଚା ଶକ୍ତି ଆଗରେ ପରିସ୍ଥିତି ହାର ମାନିଥାଏ । ଗରିବୀ ବେଳେବେଳେ ଆଗକୁ ବଢିବାର ସ୍ୱପ୍ନ ମାରିଦେଇଥାଏ । ଯଦି ଆପଣଙ୍କ ମନୋବଳ ଦୃଢ ଅଛି ତେବେ ସଫଳତା ନିଶ୍ଚିତ । ହଁ ସମସ୍ୟା ତ ଅନେକ ଆସିବ କିନ୍ତୁ ଆପଣଙ୍କୁ ହାର ନ ମାନି ଆଗକୁ ବଢିବାକୁ ପଡିବ । ସଫଳତା ଏମିତି ଏକ ମନ୍ତ୍ର ଯାହା ବ୍ୟକ୍ତିକୁ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥାଏ ।

କିଏ ନଚାହେଁ ସ୍ୱପ୍ନ ପୁରଣ କରି ଆଗକୁ ବଢିବା ପାଇଁ ଏହା ପ୍ରତ୍ୟେକ ଛାତ୍ର ଛାତ୍ରୀ ଚାହାନ୍ତି କିନ୍ତୁ କିଛି ଛାତ୍ର ଛାତ୍ରୀ ଏଥିରେ ସଫଳତା ପାଇଥାନ୍ତି । ଏମିତି ଏକ ସଫଳତାର କାହାଣୀ ଆମେ ଏବେ ଆପଣଙ୍କୁ କହିବୁ ଏକ ନିପଟ ମଫସଲ ଗାଁର ଜଣେ ସାଧାରଣ ପିଲାଟିର କଥା । ବୁଲନ୍ଦସହର ର ରଘୁନାଥପୁର ଗ୍ରାମର ମୁକେଶ କୁମାରଙ୍କ ପୁଅ ପବନ କୁମାର ।

ସିଭିଲି ସର୍ଭିସ ପରୀକ୍ଷାରେ ୨୩୯ ତମ ସ୍ଥାନ ହାସଲ କରିଛନ୍ତି । ସଂଘର୍ଷ ଭରା କାହାଣୀରେ ସେ କହିଛନ୍ତି ଇଚ୍ଚାଶକ୍ତି ଅଛି ଯଦି କଠିନ ପରିଶ୍ରମ ଏବଂ ନିଷ୍ଠା ଅଛି ତେବେ ଗନ୍ତବ୍ୟସ୍ଥଳ ଦୂର ନୁହେଁ । ପବନ କୁମାର କହିଛନ୍ତି ଯେ ତାଙ୍କ ପିତା ଓ ଭଉଣୀ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ତାଙ୍କ କାମ ପରେ ଯାଇ ସେ କୋଚିଙ୍ଗ ନେବା ସଫଳ ହୋଇପାରିଛି ।

ଘରେ ରୋଷେଇ କରିବା ପାଇଁ ଗ୍ୟାସ ବି ଆମର ନାହିଁ । ମା ଓ ଭଉଣୀ ଚୁଲିରେ ରୋଷେଇ କରିଥାନ୍ତି । ସଫଳତା ପାଇବା ପାଇଁ ପରିବାର ପୁରା ସହଯୋଗ କରିଛନ୍ତି । ସେପଟେ ପୁଅର ସଫଳତା ପରେ ବାପା ଖୁସି ହୋଇଥିବା ବେଳେ ସେ କହିଛନ୍ତି ଏତେ ସଂଘର୍ଷ ପରେ ମୋ ପୁଅ ସଫଳତା ପାଇ ମୋ ଜିଲ୍ଲା ଓ ଗ୍ରାମର ନାଁ ରଖିଛି । ଯାହାକି ମତେ ଖୁସି ଆଣିଦେଇଛି । ଏହା ପବନ କୁମାରଙ୍କ ୩ୟ ଥର ପରୀକ୍ଷା ଥିବାବେଳେ ଏଥିରେ ସେ ସଫଳତା ପାଇଥିଲେ ।