ଫସଲ ଫଳାଉଛି ସାଲାଇନ ବୋତଲ ! ଗ୍ଲୁକୋଜର ଖାଲି ବୋତଲକୁ ବ୍ୟବହାର କରି ଟାଙ୍ଗରା ଭୂଇଁରେ ସୁନାର ଫସଲ ଫଳାଇଲେ ଚାଷୀ: ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ରମେଶ

Advertisment
ଫସଲ ଫଳାଉଛି ସାଲାଇନ ବୋତଲ ! ଗ୍ଲୁକୋଜର ଖାଲି ବୋତଲକୁ ବ୍ୟବହାର କରି ଟାଙ୍ଗରା ଭୂଇଁରେ ସୁନାର ଫସଲ ଫଳାଇଲେ ଚାଷୀ: ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ରମେଶ

କନକ ବ୍ୟୁରୋ: ସାଧାରଣତଃ ଭାରତରେ ଅଧକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଗ୍ରୀଷ୍ମର ଡହ ଡହ ଖରାକୁ ଖାତିର ନକରି ଟାଙ୍ଗରା ଭୁଇଁରେ ଝାଳ ବୁହାଇଥାଏ ଖାଲି ସୁନାର ଫସଲ ଫଳାଇବା ପାଇଁ । ସେ ଖରା ହେଉ କି ବର୍ଷା ଶୀତ ହେଉ କି ମରୁଡି ଦିନରାତି ଏକକାର କରି କେବଳ ଚାଷୀ ହିଁ ଆମ ପେଟ କଥା ଚିନ୍ତା କରିଥାଏ । ହେଲେ ସବୁବେଳେ ଅନ୍ୟ କଥା ଭାବୁଥିବା ଚାଷୀ ଆଜି କେଉଁଠି କରଜରେ ବଡିଲାଣି ତ ପୁଣି କେଉଁଠି ଚାପରେ ପଡି ଆତ୍ମହତ୍ୟା କରାଣି । ଚଷାପୁଅର ଆଖି ଲୁହ କିନ୍ତୁ କାହା ଆଖିକୁ ଦେଖାଯାଏ ନାହିଁ । ସେହଭଳି ଭାରତ ଏକ କୃଷି ପ୍ରବଣ ଦେଶ ହୋଇଥିଲେ ମଧ୍ୟ ଏଠାରେ କିନ୍ତୁ ସବୁ ବେଳେ ଜଳ ସଂକଟ ଲାଗି ରହିଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଚାଷୀଙ୍କୁ ଦେଖାଇବୁ ଯାହାଙ୍କର ଚାଷ କରିବାର ପଦ୍ଧତି ଦେଖିଲେ ଆପଣ ବି ତାଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ ।

ସାଲାଇନ ବୋତଲରେ ପାଣି ସିଞ୍ଚନ କରି ଜମିରେ ସୁନାର ଫସଲ ଫଳାଉଛନ୍ତି ଚାଷୀ ଜ୍ଝ ସାଲାଇନ ବୋତଲକୁ ବ୍ୟବହାର କରି ମଧ୍ୟପ୍ରଦେଶର ଜଣେ କୃଷକ ଏଭଳି କିଛି କରି ଦେଖାଇଛନ୍ତି। ରମେଶ ବାରିଆ ନାମକ ଜଣେ ଚାଷୀ କିଛି ଏଭଳି ଟେକନିକର ସାହାଯ୍ୟ ନେଇଛନ୍ତି ଜ୍ଝ ରମେଶଙ୍କ ଜମି ପାହାଡ଼ିଆ ଅଞ୍ଚଳରେ ଥିବାବେଳେ ଚାଷ ପାଇଁ କେବଳ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡେ ଜ୍ଝ ଅନ୍ୟ ଦିନମାନଙ୍କରେ ଜମି ଶୁଖିଲା ରହୁଥିବାରୁ ରମେଶ କିଛି ସାଲାଇନ ବୋତଲକୁ କିଣି ଆଣିଥିଲେ ଏବଂ ଡ୍ରପ୍ ସିଷ୍ଟମ ଚାଷର କୌଶଳକୁ ଆପଣାଇ ସେ ଏବ ତାଙ୍କର ଏହି ଟାଙ୍ଗରା ଭୁଇଁରେ ଫଳାଉଛନ୍ତି ବିଭିନ୍ନ ପ୍ରକାରର ପନି ଆଉ ପରିବା ।

ତେବେ ରମେଶଙ୍କ କହିବା ଅନୁସାରେ, ସାଲାଇନର ବୋତଲଗୁଡିକୁ କିଲେ ପିଛା ସେ ମାତ୍ର ୨୦ ଟଙ୍କାରେ କିଣିଥିଲେ। ଆଉ ଏହି ସବୁ ବୋତଲଗୁଡିକୁ ସେ ନିଜ ଜମିରେ ଏକ ଗଛ ସାହାଯ୍ୟରେ ଟାଙ୍ଗିଥିଲେ । ଯେଉଁଥିରୁ ବୁନ୍ଦା ବୁନ୍ଦା ପାଣି ଗଛ ମୂଳରେ ପଡିଥିଲା ଏବଂ ଗଛକୁ ଆବଶ୍ୟକ ମୁତାବକ ପାଣି ମଧ୍ୟ ମିଳିପାରିଥିଲା । ତେବେ ଏଭଳି ଉପାୟରେ ୧ ହେକ୍ଟର ଜମିରୁ ଚଳିତବର୍ଷ ୧୫୨୦୦ ଟଙ୍କା ଲାଭ କରିଛନ୍ତି ବୋଲି ରମେଶ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe