କନକ ବ୍ୟୁରୋ: ସ୍ୱାଧୀନତାର ୭୬ବର୍ଷରେ ଆମେ ପାଦ ଦେଇସାରିଛୁ । ବିକାଶର ନାରାରେ ଆଗକୁ ବଢିସାରିଛୁ ବୋଲି ଆମେ ବାରମ୍ବାର ଦାବି ମଧ୍ୟ କରିଛୁ । ଏଥିସହ ଆମେ ୧୮ତମ ଲୋକସଭା ନିର୍ବାଚନ ପାଳନ କରୁଛୁ । ହେଲେ ଆମେ ଆପଣଙ୍କୁ ଏମିତି ଏକ ଗାଁ କହିବୁ ଯେଉଁଠି ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ କୈାଣସି ଲୋକ ନିଜର ମତଦାନ କରିନଥିଲେ । ଯେଉଁଠାରେ ଚଳିତ ବର୍ଷ ୨୦୨୪ ଲୋକସଭା ନିର୍ବାଚନରେ ଭୋଟ୍ ଦିଆଯାଇଥିଲା।
ଛତିଶଗଡର ବସ୍ତର ଜିଲ୍ଲାରେ ନକ୍ସଲ ବିରୋଧୀ କାର୍ୟ୍ୟରେ ସୁରକ୍ଷା ବାହିନୀ ନିଜର ସବୁଠାରୁ ବଡ ସଫଳତା ହାସଲ କରିବାର କିଛି ଦିନ ପରେ ରେଡ ଟେରର କେନ୍ଦ୍ରସ୍ଥଳ ବସ୍ତର ଚାନ୍ଦମେଟା ଗ୍ରାମ ଶୁକ୍ରବାର ଦିନ ଇତିହାସ ସୃଷ୍ଟି କରିଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନକ୍ସଲ ଗଡ କୁହାଯାଉଥିବା ଏହି ଗଡ ମତଦାନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୫୨ ମହିଳା ୧୬୨ ପୁରୁଷ ନିଜର ମତ ସାବ୍ୟସ୍ତ କରିଛନ୍ତି ।
ଚାନ୍ଦମେଟ ଅଂଚଳର ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ଭରସା ପାଇବା ପରେ ଗାଁ ଲୋକେ ଭୋଟ ଦେବା ପାଇଁ ବାହାରି ଆସିଥିଲେ । ସୁରକ୍ଷାକର୍ମୀ ମାନେ ବ୍ୟାପକ ବ୍ୟବସ୍ଥା କରିବା ସହ ଭୋଟ ଦେଇଥିଲେ । ମତଦାନ ଦିନ ୩ଟାରେ ଶେଷ ହୋଇଥିଲା । ନିର୍ବାଚନର ପୂର୍ବଦିନ ଆଇଜି ସୁନ୍ଦରରାଜ କହିଛନ୍ତି ଭୋଟର ଙ୍କ ଚାରିପାଖରେ ସୁରକ୍ଷା କର୍ମୀ ଙ୍କ ବ୍ୟବସ୍ଥା କରାଯାଇଥିଲା । ଏଥିସହ ବିନା ଭୟରେ ସେମାନେ ମତଦାନ କରିବାକୁ ଯାଇଥିଲେ ।
ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବା ସହ ସାମା ଅଂଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଅଞ୍ଚଳରେ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ସୀମା ଅଞ୍ଚଳରେ ଅତିରିକ୍ତ ବାହିନୀ ମଧ୍ୟ ନିୟୋଜିତ କରାଯାଇଥିଲା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶାର ସ୍ୱତନ୍ତ୍ର ବାହିନୀ ଆମକୁ ସୁରକ୍ଷା ବଜାୟ ରଖିବାରେ ସାହାଯ୍ୟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/04/chandmeta.jpg)