ରାତାରାତି ହଟାଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଷ୍ଟାଚ୍ୟୁ : ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ କରିଥିଲେ ବିଜେପି କର୍ମୀ ମୟୁର ମୁଣ୍ଡେ

1,226

କନକ ବ୍ୟୁରୋ : ରାତାରାତି ହଟାଗଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂର୍ତୀ । ପୁଣେ ସ୍ଥିତ ବିଜେପି କର୍ମୀଙ୍କ ଦ୍ୱାରା ଗଢା ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପଲକ୍ଷେ ଏକ ମନ୍ଦିରରୁ ମୋଦିଙ୍କ ମୂର୍ତିକୁ ହଟାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଦିଙ୍କ ଷ୍ଟାଚ୍ୟୁ ହଟାଇ ଦିଆଯାଇଥିବା ଜଣା ପଡିଛି । ସୂଚନାଯୋଗ୍ୟ ମଙ୍ଗଳବାର ପୁଣେର ବିଜେପି କର୍ମୀ ମୟୁର ମୁଣ୍ଡେ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀଙ୍କ ଉପଲକ୍ଷେ ତାଙ୍କ ମୂର୍ତି ଥିବା ଏକ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରିଥିଲେ ।

ସେଠାରେ ମୋଦିଙ୍କ ମୂର୍ତିର ପୂଜାର୍ଚ୍ଚନା ମଧ୍ୟ କରୁଥିଲେ । ମୟୁରଙ୍କ କହିବା କଥା ପ୍ରଧାନମନ୍ତ୍ରୀ ଦେଶର ବିକାଶ ଦିଗରେ ଅନେକ ଜନହିତକାରୀ କାମ କରିଛନ୍ତି । ଆଉ ତାଙ୍କୁ ସମ୍ମାନ ଜଣାଇ ଏହି ମନ୍ଦିର ନିର୍ମାଣ କରିଛନ୍ତି । ତେବେ ଏହାକୁ ନେଇ ବିରୋଧି ସମାଲୋଚନା କରିଥିଲେ । ଫଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତୁରନ୍ତ ମୋଦିଙ୍କ ଷ୍ଟାଚ୍ୟୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ରାତାରାତି ମୋଦିଙ୍କ ମୂର୍ତିକୁ ହଟାଇ ଦିଆଯାଇଛି ।