କେନ୍ଦ୍ର ସରକାର ପୁଣି ଆଣିଲେ ନୂଆ ଯୋଜନା : ଏଣିକି ଜନଧନ ଯୋଜନାରେ ୧୦ ହଜାର ଟଙ୍କାର ଓଭରଡ୍ରାଫଟର ମିଳିବ ସୁବିଧା

143

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତେବେ ନିକଟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାପ ୫ହଜାର ଟଙ୍କାକୁ ୨ଗୁଣା କରାଯି ୧୦ ହଜାର କରାଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ ଏହି ଯୋଜନାରେ ସମସ୍ତ ପରିବାରକୁ ସାମିଲ କରିବା ପାଇଁ ସ୍ଥିର କରାଯାଇଥିବା ଜଣାପଡିଛି । ତେବେ ସବୁଠାରୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏହି ଯୋଜନାରେ ଯେଉଁମାନେ ଖାତା ଖୋଲିବେ ସେହିମାନଙ୍କୁ ଦୁର୍ଘଟଣା ଜନିତ ୨ ଲକ୍ଷ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହାସହ ଜେଟଲୀ କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୧୮ ଅଗଷ୍ଟ ପରେ ମଧ୍ୟ ଏହି ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ୧୦ ହଜାର ଟଙ୍କାର ଓଭର ଡ୍ରାଫଟର ସୁବିଧା ମିଳିପାରିବ । ପୂର୍ବରୁ ଏହି ସୁବିଧା ୫ ହଜାର ଥିବା ଜେଟଲୀ କହିଛନ୍ତି । ଯେଉଁମାନେ ଏହି ଯୋଜନାରେ ଖାତା ଖୋଲିଛନ୍ତି ସେମାନେ ଯେଉଁସମୟରେ ଖାତା ଖୋଲିବେ ସେହି ସମୟରେ ସେମାନଙ୍କ ଖାତାରୁ ୨ ହଜାର ଟଙ୍କା ଖୋଲିବା ପାଇଁ କୈାଣସି ପ୍ରକାର ସର୍ତ୍ତ ପାଳନ କରିବା ପାଇଁ ପଡିବା ନାହିଁ ବୋଲି ଜଣାପଡିଛି । ପ୍ରଥମ ଓଭରଡ୍ରାଫଟର ସୁବିଧା ୧୮ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଥିଲା । ତେବେ ଏହାକୁ ଏବେ ୬୫ ବର୍ଷ ପର୍ଯ୍ୟନ୍ତ ବଢାଇଦିଆଯାଇଥିବା ସୂଚନା ମିଳିଛି । ତେବେ ଏହି ଯୋଜନାର ସୁବିଧା ହେଉଛି ଯେ, ଯେଉଁ ଖାତାଧାରୀଙ୍କ ରେକର୍ଡ ଭଳ ଥିବ ଜରୁରୀ ସମୟରେ ସେ ଏପ୍ରକାର ସୁବିଧା ହାସିଲ କରିପାରିବ ବୋଲି ଜଣାପଡିଛି । ଏହି ସୁବିଧା ମିଳିବା କାରଣରୁ କୈାଣସି ଗରୀବ ପରିବାରଙ୍କ ସାହୁକାରଙ୍କଠାରୁ ଋଣ ନେବା ପାଇଁ ଆବଶ୍ୟକ ପଡିବ ନାହିଁ ।

 

ଏହି ଯୋଜନା ଏବେବି ଖାଲି ଜାରି ରହିଛି ତେଣୁ ପ୍ରତ୍ୟେକ ପରିବାର ଏହି ଯୋଜନାରେ ନିଜକୁ ସାମିଲ କରିପାରିବ । ପୂର୍ବରୁ ଦୁଘର୍ଟଣା ବୀମା ୧ ଲକ୍ଷ ଥିବା ବେଳେ ଏହାକୁ ଏବେ ୧୨ ଲକ୍ଷ କରାଯାଇଛି । ଏହି ଯୋଜନାରେ ଏବେ ସୁଦ୍ଧା ୩୨.୪୧ କୋଟି ବ୍ୟାଙ୍କ ଖାତା ଖୋଲାଯାଇଥିବା ଜେଟଲୀ କହିଛନ୍ତି । ତେଣୁ ସମସ୍ତ ପରିବାରକୁ ଏଥିରେ ସାମିଲ କରିବା ପାଇଁ ଯୋଜନା ରହିଛି । ଏହାସହ ଦେଶରେ ଡଲାର ତୁଳନାରେ ଯେପରି ଭାବରେ ଟଙ୍କାର ମୂଲ୍ୟ କମୁଛି ତାହା ଅନ୍ତରାଷ୍ଟ୍ରୀୟ ବଜାର ଉପରେ ନିର୍ଭର କରେ ବୋଲି ଜେଟଲୀ କହିଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ଭାରତର ଆର୍ଥିକ ସ୍ଥତି ମଜବୁତ ରହିଛି । ଆଗକୁ ଏହା କିପରି ଭାବରେ ଚାଲୁ ରହିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ଜେଟଲୀ କହିଛନ୍ତି