ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ! ମାଧ୍ୟମିକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଖୋଲିଲା କଂଟ୍ରୋଲ ରୁମ

29

କନକ ବ୍ୟୁରୋ : କାଲିଠୁ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ମାଧ୍ୟମିକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ ଖୋଲାଯାଉଛି । ଏହା ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ମାଟ୍ରିକ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ସେଂଟର ସୁପରିଟେଣ୍ଡଂଟ ନୋଡାଲ ସେଂଟର ମୁଖ୍ୟ ଓ ଛାତ୍ରଛାତ୍ରୀ ଫୋନ କରି ଜାଣିପାରିବେ । ତେବେ ମାଟ୍ରିକ ପରୀକ୍ଷା ଚାଲୁଥିବା ସମୟରେ ଯୁକ୍ତ ଦୁଇ ପରୀକ୍ଷା ହେୁଥିବାରୁ ତାହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ  ।

ପରୀକ୍ଷା ସୁପରିଚାଳନା ପାଇଁ ୫୭ଟି ସ୍କ୍ୱାଡ, ଜୋନ ସ୍ତରରେ ୬ଟି ଓ ବୋର୍ଡ ପକ୍ଷରୁ ୩୬ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି  । ଚଳିତ ବର୍ଷ ରାଜ୍ୟରେ ମୋଟ ୬ଲକ୍ଷରୁ ଅଧିକ ପରିକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ  । ଏଥିପାଇଁ ୨ହଜାର ୯୩୮ଟି ପରୀକ୍ଷା କେନ୍ଦ୍ର ଓ ୨୯୫ଟି ନୋଡାଲ ସେଂଟର କରାଯାଇଛି  । ଏହାସହ ପରୀକ୍ଷା କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶନାମା ଜାରି କରାଯାଇଛି  ।

ପରୀକ୍ଷାର ସୁପରିଚାଳନା ତଥା ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ଭୁବନେଶ୍ୱର ୟୁନିଟ ୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଓ ୟୁନିଟ ୧ରେଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନୋଡାଲ ସେଂଟର କରାଯାଇଛି  । ସେଠାରେ ପ୍ରଶ୍ନପତ୍ର ଗୁଡିକ ୨୪ଘଂଟିଆ ସୁରକ୍ଷା ମଧ୍ୟରେ ରଖାଯାଇଛି  । ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରକୁ ପଠାଗଲା ସମୟରେ ପୁଲିସ ଅଧିକାରୀ ଓ ନୋଡାଲ ସେଂଟର କର୍ମଚାରୀ ମଧ୍ୟ ସାଙ୍ଗରେ ଯିବେ  । ତେବେ ମାଓ ପ୍ରବଣ କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ଥାନାକୁ ହିଁ ନୋଡାଲ ସେଂଟର କରାଯାଇଛି  ।

 ଏହା ସହ ଦେଖନ୍ତୁ ଏହି ଭିଡିଓ-