କନକବ୍ୟୁରୋ:ହୃଦୟ ବିଦାରକ ଓ୍ୱାୟନାଡ଼ ଭୂସ୍ଖଳନ । କିଏ ପରିବାରକୁୁ ହରାଇ ସ୍ୱର୍ୱସାନ୍ତ ହୋଇପଡିଛି ତ ଆଉ କିଏ ନିଜ ଶିଶୁ କୁ ହରାଇ ସରକାରଙ୍କୁ ଗୁହାରି କରୁଛି । ଦିନକୁ ଦିନ ବଢୁଛି ମୃତୁସଂଖ୍ୟା ମୃତ୍ୟୁର କରାଳ ରୁପ ସତେ ଯେମିତି ଅପେକ୍ଷା କରିଥିଲା ଏହି ଦିନକୁ । କାଦୁଅ ମାଟିରେ ଏବେ ବି ଚାଲିଛି ଜୀବନର ସନ୍ଧାନ । କାଦୁଅ ମାଟିରେ ସେନା ଓ ଏନଡିଆରଏଫ ଟିମ ନିୟୋଜିତ ରହିଛନ୍ତି । ସ୍କାନର ସାହାଯ୍ୟରେ ୬ଦିନ ପରେ  ପୁଣି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ଯାହା ପୁରା ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । କିନ୍ତୁ ଇଶ୍ୱରଙ୍କ ଅବଦାନ ଆଗରେ ହାର ମାନିଲା ପ୍ରକୃତିର କରାଳ ରୁପ । ଘଂଚ ଜଙ୍ଗଲ ଭିତରେ ଖସଡା ପଥର ,ନିଜ ଜୀବନକୁ ବାଜି ଲଗାଇ ଚଲାଇଥିଲେ ରେସ୍କ୍ୟୁ ଟିମ । ଯାହା ସେମାନଙ୍କ ହାତରେ ଲାଗିଥିଲା ତାହା ସମସ୍ତଙ୍କୁ ଚକିତ କରିଛି । ୫ଦିନ ଧରି ମାଟି ତଳେ ବଂଚିଥିଲେ କୋମଳ ମତି ଶିଶୁ । ମାଟି ତଳୁ ଉଦ୍ଧାର କରିଥିଲେ ରେସ୍କ୍ୟୁ ଟିମ ।

Advertisment

ସୁଚନା ଅନୁଯାୟୀ ଏହାରି ଭିତରେ ସହାୟତର ହାତ କେରଳକୁ ବଢାଇଚାଲିଛନ୍ତି ସମସ୍ତେ । କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସହାୟତା କରିଛନ୍ତି । ସିପିଆଇଏମ ଷ୍ଟେଟ ସେକ୍ରେଟେରୀ ଏମ ଭି ଗୋବିନ୍ଦମ ରିଲିଫ ଫଣ୍ତରୁ ୨୫ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ।ତ୍ରିପୁରା ତାମିଲନାଡୁ ମିଳିତ ସରକାର ମଧ୍ୟ ସାହାଯ୍ୟ କରିଛନ୍ତି । କଂଗ୍ରେସ ମୁଖ୍ୟ ଗୋଟିଏ ମାସର ଦରମା ପ୍ରଦାନ କରିଥିବା ବେଳେ ଚାରିଆଡୁ ସହଯୋଗର ହାତ ବଢିଛି । ଭୟଙ୍କର ଭୂସ୍ଖଳନ ପରେ ୱାୟନାଡରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୬ଦିନରେ ଉଦ୍ଧାର କାର୍ୟ୍ୟ ପହଂଚିଥିବା ବେଳେ ଏପର୍ୟ୍ୟନ୍ତ ସାଢ଼େ ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୩ଶହ ଉଦ୍ଧାରକାରୀ ଉଦ୍ଧାର କାମରେ ଲାଗିଛନ୍ତି। ମାଟି ପାହାଡ ଭିତରୁ ଅଧିକରୁ ଅଧିକ ଶବ ମିଳିବାରେ ଲାଗିଛି। ତେବେ ୱାୟନାଡରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଉଦ୍ଧାରରେ ଲାଗିଛି ଅତ୍ୟାଧୁନିକ ସରଞ୍ଜାମର ବ୍ୟବହାର କରାଯାଇଛି