ସୁଜୈନ ଖାନଙ୍କ ଜନ୍ମଦିନରେ ହ୍ରିତିକ,କରଣଙ୍କ ସମତେ ବହୁ ବଲିଉଡ କଳାକାର ସାମିଲ

38

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ ୩୯ ବର୍ଷରେ ପାଦ ଥାପିଛନ୍ତି । ଏହି ବିଶେଷ ଦିନକୁ ସ୍ୱତନ୍ତ୍ର ଭାବେ ପାଳିବା ପାଇଁ ସୁଜେନ ତାଙ୍କ ବନ୍ଧୁ ଓ ପରିବାରଙ୍କ ପାଇଁ ଏଳ ଭବ୍ୟପାର୍ଟିର ଆୟୋଜନ କରିଥିଲେ । ସେ ତାଙ୍କ ଜନ୍ମଦିନର କିଛି ବିଶେଷ ମୁହୂର୍ତ୍ତର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ଯେଉଁଥିରେ ହ୍ରିତିକ ରୋଶନ, ଫିଲ୍ମ ନିର୍ମାତା ବନ୍ଧୁ କରଣ ଜୋହର , ଅଭିନେତା ଜାୟଦ ଖାନ,ଟ୍ୱିଙ୍କଲ ଖାନ୍ନା,ସୋନାଲି ବେନ୍ଦ୍ରେ,ଫାରାହ ଖାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ବାର୍ଥ ଡେ ଗାର୍ଲ, ପୋଷ୍ଟ କରିଥିବା ଫଟୋରେ ସୁନ୍ଦର କ୍ୟାପସନ ଅଛି । ସୁଜୈନ ଲେଖିଛନ୍ତି , ମୋ ଜୀବନରେ ସବୁଠାରୁ ଭଲ ଲୋକ ଅଛନ୍ତି, ମୋ ଜୀବନର ସ୍ୱତନ୍ତ୍ରତା ପାଇଁ ଧନ୍ୟବାଦ । ସୁଜୈନ, ହ୍ରିତିକ ଓ ଛୁଆଙ୍କ ସହ ଦୀପାବଳୀ ଛୁଟି ଶେଷ କରି ନିକଟରରେ ମମ୍ବାଇ ଫେରିଛନ୍ତି ।