ହ୍ରିତିକଙ୍କ ହୃଦୟ ଜିଣିନେଲା ଓଡିଆ ଡାକ୍ତରଙ୍କ ଡ୍ୟାନ୍ସ । କୋଭିଡ ହସ୍ପିଟାଲରେ ପିପିଇ କିଟ୍ ପିନ୍ଧା ନାଚକୁ ପସନ୍ଦ କଲେ ବଲିଉଡ ହିରୋ । ଟ୍ୱିଟ୍ କରି କହିଲେ, ଡାକ୍ତରଙ୍କଠୁ ମୁଁ ଶିଖିବି ଡ୍ୟାନ୍ସ…

1,076

କନକ ବ୍ୟୁରୋ: ଡ୍ୟାନ୍ସ ଶିଖିବେ ଡ୍ୟାନ୍ସିଂ ହିରୋ । ଓଡିଆ ଡାକ୍ତରଙ୍କ ଠାରୁ ନାଚ ଶିଖିବେ ସୁପରଷ୍ଟାର ହ୍ରିତିକ୍ ରୋଶନ । ପିପିଇ କିଟ୍ ଭିତରେ ଓଡିଆ ଡାକ୍ତରଙ୍କ ଡ୍ୟାନ୍ସ, ଅଙ୍ଗଭଙ୍ଗୀ ଓ ନୃତ୍ୟ ଶୈଳୀ ବଲିଉଡ ହିରୋ ହ୍ରିତିକଙ୍କୁ ବେଶ ପସନ୍ଦ ଆସିଛି । ଆଉ ସେ ଡାକ୍ତର ଅରୁପଙ୍କ ଠାରୁ ଷ୍ଟେପ ଶିଖିବେ ବୋଲି ନିଜ ଟ୍ୱିଟରରେ ଭିଡିଓ ସେୟାର କରି କହିଛନ୍ତି ।

ଆସାମର ସିଲଚର ମେଡିକାଲରେ ଇଏନଟି ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ଡାକ୍ତର ଅରୁପ ସେନାପତି । କୋଭିଡ ହସ୍ପିଟାଲରେ ଡ୍ୟୁଟି କରୁଥିବା ବେଳେ ରୋଗୀଙ୍କ ମନ ଖୁସି ପାଇଁ ସେ ଅହି ନୃତ୍ୟୁଟି କରିଥିଲେ । ଡ୍ୟୁଟି ସରିବାର ଶେଷ ଦିନରେ ସହକର୍ମୀଙ୍କ ଅନୁରୋଧ କ୍ରମେ ଅରୁପ ପିପିଇ କିଟ୍ ପିନ୍ଧି ଡ୍ୟାନ୍ସ କରିଥିଲେ । ଯାହାକୁ ତାଙ୍କ ସହକର୍ମୀ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଆଉ ପରେ ଏହା ଭାଇରାଲ ହେବାରେ ଲାଗିଥିଲା ।

ତେବେ ହ୍ରିତିକ ରୋଶନଙ୍କ ୱାର ଫିଲ୍ମର ଘୁଙ୍ଗୁରୁ ଗୀତର ତାଳେ ତାଳେ ନାଚିଥିଲେ ଅନୁପ । ଆଉ ପିପିଇ କିଟ ଭିତରେ ଡାକ୍ତର ଅପୁରଙ୍କ ସବୁ ଷ୍ଟେପ ହ୍ରିତିଙ୍କ ହୃଦୟକୁ ଛୁଇଁଯାଇଥିଲା । ଯେଉଁଥି ପାଇଁ ସେ ଡାକ୍ତରଙ୍କ ପାଖରେ ନାଚ ଶିଖିବେ ବୋଲି କହିଛନ୍ତି । ତେବେ ହ୍ରିତିକଙ୍କ ଟ୍ୱିଟ ପରେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି ଓଡିଆ ଡାକ୍ତର ଅରୁପ ସେନାପତି ।

ସେପଟେ ସଂକ୍ରମଣ ଚେନ ଭାଙ୍ଗିବାକୁ ଡାକ୍ତର, ନର୍ସମାନେ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି । କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଉଛନ୍ତି । ଦିନ ରାତି, ଅହରହ କରୋନା ସହ ଲଢେଇ ଚାଲିଥୁବାରୁ କେବେ ଫୁରସତ ମିଳେନି । ଆଉ କାମର ଭିଡ ଭିତରୁ ଟିକେ ସମୟ ପାଇଲେ ରୋଗୀଙ୍କ ମାନସିକ ସ୍ଥିତି ଠିକ କରିବାକୁ ହେଉ ବା ନିଜ ମନକୁ ମଜବୁତ କରିବାକୁ ହେଉ ନାଚ, ଗୀତର ସାହାର ଲୋଡନ୍ତି କୋଭିଡ ହସ୍ପିଟାରଲ ଡାକ୍ତରମାନେ । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରୁ ଏମିତି ଘଟଣା ଦେଖିବାକୁ ମିଳିଥିଲେ ହେଁ ଓଡିଆ ଡାକ୍ତରଙ୍କ ଡ୍ୟାନ୍ସରେ ଫିଦା ହୋଇ ହିରୋ ହ୍ରିତିକ ରୋଶନ ନାଚ ଶିଖିବାକୁ କହିଛନ୍ତି ।